ସବୁଜ ରଙ୍ଗର ଧାନ କ୍ଷେତ ହେଉ ବା ଖେଳ ପଡିଆ ହେଉ, ସେ ଗାଁ ର କାଦୁଅ ଭରା ରାସ୍ତା କଡ ହେଉ ବା ଗାଡ଼ିଆ ପାଖ ହେଉ ଏକ ବିଶାଳ ସାମ୍ରାଜ୍ୟ ବିସ୍ତାର କରି ରହିଥାଏ ଲାଜକୁଳୀ ଲତା । ଦେଖିବାକୁ ଏତେ ବଡ଼ ନୁହେଁ, କଣ୍ଟା ବୁଦା କହିଲେ ଚଳେ । କୁନି କୁନି ଫୁଲ ତାର ସୌନ୍ଦର୍ଯ୍ୟ କୁ ବଖାଣି ଦିଏ । କେଉଁ ବୈଜ୍ଞାନିକ କାରଣ ଥାଏ ତାହା ତ ଅଜଣା କିନ୍ତୁ ଲାଜ ତାର ବେଶ ଚର୍ଚ୍ଚାର ବିଷୟ ଏ ସମାଜ ପାଇଁ । ସାମନ୍ୟ ସ୍ପର୍ଶରେ ଲାଜେଇ ଯାଏ ସେ । ଦେଖୁ ଦେଖୁ ନିରବ ନିସ୍ତେଜ ପାଲଟି ଯାଏ । ଭାବେନା କାହିଁକି ହୁଏ ଏସବୁ ।


ହଁ ଏହା ସତ୍ୟ ଯେ ସେ ଘୃଣା ର ପାତ୍ର ପାଲଟି ଯାଇଛି ସମାଜରେ । ଏକ ଭିନ୍ନ ଦୃଷ୍ଟି ରେ ତାକୁ ସାରା ସମାଜ ଦେଖୁଛି ତାକୁ । ମାତ୍ର ମୁଁ ତାକୁ ଦେଖିଲା ବେଳେ ମତେ ସେ ଅନେକ ଅକୁହା କଥା କହିଗଲା ମୋ କାନରେ । ଛୋଟ ହୋଇ ମଧ୍ୟ ତା ମନରେ ଟିକେ ବି ଗର୍ବ ନଥିଲା, କଣ୍ଟା ଥିଲା ସତ କିନ୍ତୁ ବିନା କାରଣରେ କାହାରିକୁ କଷ୍ଟ ଦେଉନଥିଲା । କୁନି କୁନି ଫୁଲର ମହକ କଥା ତ ଜାଣେନା କିନ୍ତୁ ପ୍ରଜାପତି ଓ ମହୁମାଛି ଉଭୟଙ୍କ ର ସେ ପ୍ରିୟ ପାତ୍ର ଥିଲା।ଆହା କି ସୁନ୍ଦର ଓ ମନୋରମ ସେ ଦୃଶ୍ୟ।ଛୋଟ ହୋଇ ମଧ୍ୟ ଅନେକ କଥା ଶିଖାଇ ଦେଲା ମତେ । ଭାବିଲି ଥରେ ଏ ସମାଜ ବିଷୟରେ ଓ ତାକୁ ସମ୍ମାନ ଦେଇ ମୁଁ ଫେରି ଆସିଲି ।


Writer's Details: ରଶ୍ମି ରଞ୍ଜନ ନାୟକ
ସାହାଣିସାହି ,ବାଲିପାଟଣା,ଖୋର୍ଦ୍ଧା
Content Category:
Submission Date: Jul 14, 2019