ଝିପି ଝିପି ବର୍ଷାରେ ମୁଁ ଛତା ଖଣ୍ଡେ ଧରି ଆଗେଇ ଆଗେଇ ଚାଲିଥାଏ, କିଛି ବାଟ ଚାଲି ଯାଇ ମୁଁ ଜଣେ ବୁଢ଼ୀ ମାଉସୀଙ୍କୁ ଭେଟିଲି ଆଉ ସେ ମୋ ଆଗକୁ ଆସି ନିଜ ହାତ ପାତେଇ କିଛି ମାଗୁଥିଲେ | ତାଙ୍କୁ ଦେଖି ମୁ ଜାଣିଗଲି ଯେ ଏ ମାଉସୀ ହେଉଛନ୍ତି ସେ କୁଳାଙ୍ଗାର ପୁଅର ମା' ଯାହା ପାଇଁକି ଆଜି ତାଙ୍କୁ ରାସ୍ତା ଘାଟରେ ଭିକ ମାଗିବାକୁ ପଡୁଛି | ମୁଁ ଜଳଖିଆ କରିନଥାଏ, କାରଣ ସକାଳୁ ସକାଳୁ ମୁ ଉଠିକି ପରୀକ୍ଷା ଦେବାକୁ ପଳେଇଥିଲି ତେଣୁ ଆସିବା ବାଟରେ ଦଶ ଟଙ୍କାରେ ତିନୋଟି ବରା କିଣିକି ଆଣିଥାଏ | ଯେବେ ସେ ବୁଢ଼ୀ ମାଉସୀଙ୍କୁ ଭେଟିଲି, ମୁଁ ଭାବିଲି ସେ ବରା ତିନୋଟିକୁ ମାଉସୀଙ୍କୁ ଦେଇଦେବାକୁ ଆଉ ଏମିତିରେ ବି ମୋ ପାଖେ ବେଶୀ ଟଙ୍କା ନଥାଏ | ସବୁ ପରେ କିଣିଥିବା ତିନୋଟି ବରା ବ୍ୟାଗରୁ କାଢି ମାଉସୀଙ୍କୁ ଦେଲି କିନ୍ତୁ ସେ ମାଉସୀ କିଛି ଗୁଣୁଗୁଣୁ ହୋଇ କହୁଥିଲେ ଏବଂ ପଛରେ ଭଲରେ ଶୁଣିଲା ପରେ ଜାଣିଲି ଯେ ସେ କିଛି ଟଙ୍କା ପାଇଁ କହୁଥିଲେ | ସେଦିନ ପରୀକ୍ଷାର ଶେଷ ଦିନ ଥାଏ ତେଣୁ ପାଖରେ ବେଶୀ ଟଙ୍କା ନଥାଏ, ତେଣୁ ଟଙ୍କା ବଦଳରେ କିଛି ଖାଇବାର ସାହାଯ୍ୟ ବଢ଼େଇଲି | ବେଳେବେଳେ ଭାବନା ଆସେ ଯେ, ଏମିତି କାହଁକି ହୁଏ ? ଜନ୍ମ କଲା ମା' କୁ ନିଜ ସନ୍ତାନ କେମିତି ଘରୁ ତଡି ଦେଇ ରାସ୍ତା ଘାଟରେ ଭିକ ମାଗିବାକୁ ଛାଡି ଦିଅନ୍ତି | କଣ କାମ କରିବାକୁ ସେମାନେ ଅସମର୍ଥ ବୋଲି ସେମାନଙ୍କ ମୂଲ୍ୟ ଆଉ କଣ କିଛି ନାହିଁ ?
Writer's Details: Ranjita Das , NIT Rourkela, Odisha, India.
Content Category:
Submission Date: Jul 16, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.