ଜାଣେନା ମୁଁ
ତମେ କୋଉ ଧାତୁରେ ଗଢା
ନିଜେ ନିଜକୁ
ଏମିତି ଦେଖେଇବାକୁ
ଚାହଁ କାହିଁକି ???
ଅନର୍ଗଳ ତୁମ
ଭାଷଣ ବାଜି ଭିତରେ
ନିଜର କୁଟିଳ ପଣଟା
ଧରାପଡିଯାଏ ।
ପାଠ ପଢିଲେ ଯେ
କେହି ଜ୍ଞାନୀ ହେଇଯାଏ
ତାହା ଏକଦମ୍ ଠିକ୍ ନୁହେଁ
ପାଠ ନ ପଢି ବି
ତତ୍ତ୍ବ ଜ୍ଞାନୀ ହେବା ବି
ଅସମ୍ଭବ ନୁହେଁ !!!!
ପାରୁଚତ ମଣିଷ ଚିହ୍ନ,
ମଣିଷକୁ ମଣିଷଠାରୁ
ଅଲଗା ଭାବ ନାହିଁ
ଶୁଦ୍ଧ ହୃଦୟ ହିଁ
ମଣିଷ ପଣିଆର ମାପକାଠି
ଏକଥା ଜମାରୁ ଭୂଲନାହିଁ
ଏ ଦୁନିଆ ଦୁଇଦିନ
ଯେତେଦିନ ଧରାପରେ ଅଛ
କର୍ମର ଜୟଗାନ କର ।
ପ୍ରତିଟି ମୁହୂର୍ତ୍ତ ଯେ
ମୂଲ୍ଯବାନ
କାନିରେ ଗଣ୍ଠି ପକେଇ ରଖ
ଏତିକି ଭାବିଲେ
ଆଉକିଛି ଭାବିବାକୁ
ହେବନାହିଁ
ଜୀବନର ଗତିପଥ
ପୁରାପୁରି ବଦଳି ଯିବ
ମାନବରୁ ମାନବିକତା
ନୁହେଁ ବେଶି ଦୂର ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: Jul 10, 2019