
ଆମ ସଂସ୍କୃତି ଆମ ପରମ୍ପରା କାଳକ୍ରମେ ପୂର୍ଣ୍ଣ ମାତ୍ରାରେ ପାଶ୍ଚାତ୍ୟ ସଭ୍ୟତାର ଅଥଳ ଗର୍ଭରେ ବିଲୀନ ହେଇ ଯିବାକୁ ବସିଲାଣି । ଏ ସମଗ୍ର ହିନ୍ଦୁ ଭାରତୀୟମାନଙ୍କୁ ପାଶ୍ଚାତ୍ୟ ସଭ୍ୟତା ସମ୍ପୂର୍ଣ୍ଣ ଗ୍ରାସି ସାରିଲାଣି । ଆମ ଐତିହ୍ୟ ପରମ୍ପରାକୁ ସବୁ ଭୁଲି ଗଲେଣି । ତେବେ ପ୍ରଶ୍ନ ଉଠୁଛି, ଏହା କଣ ଆମ ଧର୍ମୀୟ ଭାବନାକୁ ଅସମ୍ମାନ ନୁହେଁ କି ?
କୁତ୍ସିତ କୁସଂସ୍କାର ଏ ସମାଜରେ ବ୍ୟାପିଲାଣି । ଆଗରୁ ଗୁରୁ, ପିତା-ମାତା ତାଙ୍କର ଶିଷ୍ୟ ଓ ସନ୍ତାନ ମାନଙ୍କୁ ପାଠପଢ଼ା ସହ ନୈତିକ ଚେତନାର ଜାଗରଣ ସୃଷ୍ଟି କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାହାର ପଟ ପରିବର୍ତ୍ତନ ହୋଇଛି । ପୁରାତନ ଯୁଗରେ ତିଥି-ବାର-ନକ୍ଷତ୍ର ଦେଖି ସୁଯୋଗ୍ୟ ସନ୍ତାନ ପାଇଁ ନାରୀ ପୁରୁଷ ସହବାସ ପୂର୍ବରୁ ସାତ୍ଵିକ ଭୋଜନ ସହ ସମସ୍ତ ଦେବା ଦେବୀ ଗୁରୁଜନ ମାନଙ୍କ ଆର୍ଶୀବାଦ କାମନା କରୁଥିଲେ । ଏସବୁ ବର୍ଣ୍ଣନା ବତ୍ସାୟନଙ୍କ କାମଶାସ୍ତ୍ର ସମ୍ମତ । ଶିକ୍ଷିତ ଗୃହସ୍ଥ ମାନଙ୍କ ଗ୍ରାହସ୍ଥ୍ୟ ଧର୍ମ ସେ କେଉଁ ଦିନ ନାରୀ (ସ୍ତ୍ରୀ) ସହବାସ ପୂର୍ବକ ଅନୁଚିତ୍ ତା'ର ବିସ୍ତୃତ ବିବରଣୀ ଦେଇଛନ୍ତି । କେତେକ ବିଶିଷ୍ଟ ସୃଷ୍ଟିକାର ମଧ୍ୟ ଏ ଧରଣର ବିଷୟ ମାନଙ୍କର ବର୍ଣ୍ଣିନା କରିଛନ୍ତି । ଆଦିକବି ସାରଳା ଦାସ ମହାଭାରତର ଦ୍ରୋଣପର୍ବରେ କାମଶାସ୍ତ୍ର ସମ୍ମତ ସୁଚିନିଷ୍ଠ ଦାମ୍ପତ୍ୟ ଜୀବନ ପାଇଁ ସହବାସ ସକାଶେ କେତେକ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରିଛନ୍ତି । କବିଙ୍କ ବର୍ଣ୍ଣନାରେ,
"ପୂର୍ଣ୍ଣମୀ ପଞ୍ଚମୀ ଦଶମୀ ତିନି ତିଥି
ୟେଥି ବୀର୍ଯ୍ୟ ଦେଲେ ହୁଅନ୍ତି ପୁତ୍ରବତୀ
ପ୍ରତୀପ, ଏକାଦଶୀ, ଚତୁର୍ଦ୍ଦଶୀ ତିଥି
ୟେଥି ବୀର୍ଯ୍ୟ ଦେଲେ ସେ
ରୋଗୀ ହୋଇ ପୁତ୍ର ଅଳ୍ପ ଆୟୁଷ ଯୁଗତି
ଦ୍ଵିତୀୟ ଦ୍ଵାଦଶୀ ତ୍ରୟୋଦଶୀ ଦିନ ତିନି
ୟେଥି ବୀର୍ଯ୍ୟ ଦେଲେ କର୍ମ ହୁଏ ହାନି
ଚଉଠି, ଷଷ୍ଠୀ, ଅଷ୍ଟମୀ ତିନି ତିଥି
ୟେଥି ବୀର୍ଯ୍ୟ ଦେଲେ ଆୟୁଷ ଧର୍ମ ଯୁଗତି
ଶଙ୍କରାନ୍ତି, ଅମାବାସ୍ୟା, ଗ୍ରହଣ ଶନି ଅନ୍ତେ
ଛୋଟା କୁବୁଜା ହୁଅନ୍ତି ୟେଥିରେ ବୀର୍ଯ୍ୟ ଦିଅନ୍ତି ।"
ତିଥି ବାର ନକ୍ଷତ୍ର ନଦେଖି ଆଜିର ସ୍ୱାମୀ ଆଉ ସ୍ତ୍ରୀ ଆମିଷ ଭୋଜନ ସହ ମଦିରା ପାନକରି ସହବାସ କରୁଛନ୍ତି । ଖାସ୍ ସେଥିପାଇଁ ଅସଞ୍ଜତ କୁସଂସ୍କାରୀ ଛୁଆ ଜନ୍ମ ବଢିଚାଲିଛି । ତା ସହିତ ଆଗରୁ ବାଲ୍ୟ ଜୀବନରୁ ଘର ଯୋଗ୍ୟା ହେବା ପର୍ଯ୍ୟନ୍ତ ମାଆ ମାନେ ଝିଅମାନଙ୍କୁ ରୀତିନୀତି ଶିକ୍ଷା ଦେଉଥିଲେ । ବିଭିନ୍ନ କାବ୍ୟ କବିତା ଶାସ୍ତ୍ର ପୁରାଣ ସେମାନଙ୍କର ଚରିତ୍ର ଗଠନ ନିମନ୍ତେ ପଢ଼ାଉଥିଲେ, ପ୍ରଣୟ ବଲ୍ଲରୀରେ କେଉଁ ପରି ଭାବରେ ନାରୀ ଗୁଣ ମାର୍ଜିତ ହେବ ତାହା ମଧ୍ୟ ଗଙ୍ଗାଧର ମେହେର ବର୍ଣ୍ଣନା କରିଥିଲେ,
"ଅବସର କେବେ ନ ଦେବୁ ନେତ୍ରକ
ପରପୁଂଷ ଅନୁକ୍ଷଣେ
ସଦର ହେଲେହେଁ ରୁହାଇ ନଦେବୁ
ନିଜ ପାଖେ ପ୍ରତିକ୍ଷଣେ...॥"
ଆଜି ୟାକୁ ମାନୁଛି କିଏ ? ନାରୀ ନିଜେ ହିଁ ନିଜର ସ୍ଥାନ ହରାଉଛି । ନାରୀ ଯେବେ ଅସତୀ ହୁଏ ସମାଜର ଅଧୋଗତି ହୁଏ । ମା କାଳୀ ସୃଷ୍ଟି ରକ୍ଷା ପାଇଁ ବିବଷା ହୋଇଥିଲେ କିନ୍ତୁ ଆଜିର ନାରୀ ସୃଷ୍ଟିର ବିନାଶ ପାଇଁ ବିବଷା ହେଉଛି । ସବୁ କ୍ଷେତ୍ରରେ ନଗ୍ନତା । ଉଦ୍ଧତପୂର୍ଣ୍ଣ ନାରୀ କାହାକୁ ମାନିବା ଅଵସ୍ଥାରେ ନାହିଁ । ପୁରୁଷ ଜାତିକୁ ଅଶ୍ଳୀଳ ଇଙ୍ଗିତରେ କରାୟତ୍ତ କରିଛି । ସତୀ ସୀତାଙ୍କୁ ରାବଣ ହରଣ କରିବା ପରେ ପ୍ରଭୁ ରାମଚନ୍ଦ୍ର ବ୍ୟସ୍ତ ବିବ୍ରତ ହୋଇ ଖୋଜିବା ସମୟରେ ସୁଗ୍ରୀବଙ୍କ ଅନୁଚର କିଛି ଗହଣା ପାଇ ତାହା ଚିହ୍ନିବାକୁ ରାମ-ଲକ୍ଷ୍ମଣଙ୍କୁ ଦେଖାଇ ପଚାରିଥିଲେ ଏହା କଣ ସତୀଙ୍କର ! ଲକ୍ଷ୍ମଣ ମନା କରି କହିଥିଲେ ମୁଁ ଜାଣି ନାହିଁ ବୋଲି । ସବୁ ଗହଣା ଦେଖାଇ ସାରିବା ପରେ ସତୀଙ୍କ ପାଦର ପାଉଁଜିକୁ ଦେଖାଇବା କ୍ଷଣି, ଲକ୍ଷ୍ମଣ କହିଥିଲେ ଏ ମୋ ସୀତା ମାତାଙ୍କର । ରାମଚନ୍ଦ୍ର କହିଲେ ଏତେ ସାରା ଗହଣା ଭିତରୁ ତୁମେ ଖାଲି ପାଦର ପାଉଁଜି ଦେଖି କେମିତି ଜାଣିଲ ? ଲକ୍ଷ୍ମଣ କହିଥିଲେ ସେ ମୋ ମାଆ ମୋର ତାଙ୍କ ପାଦପଦ୍ମରେ ନଜର ତେଣୁ ଏ ପାଉଁଜିକୁ ନିତି ଦେଖିଥାଏ । ଏଥିରୁ ସ୍ପଷ୍ଟ ଆଭାସ ମିଳେ ଦିଅର ପାଇଁ ଭାଉଜ ହେଉଛି ମାଆ ସଦୃଶ । ଆଜି ଏହାର ପଟ ପରିବର୍ତ୍ତନ । ବିବାହ ପରେ ମଧ୍ୟ ସ୍ଵାମୀ ଥାଉ ଥାଉ କିଛି ଦିନ ରହିଲା ପରେ ମଥାରୁ ସିନ୍ଦୁର ପୋଛି ଚାଲିଯାଉଛି ଅନ୍ୟ ସ୍ଵାମୀ ସହ ଆଧୁନିକ ନାରୀ ପାଶ୍ଚାତ୍ୟ ସଭ୍ୟତାରେ ନିଜକୁ ଓ ନିଜ ମର୍ଯ୍ୟାଦାକୁ ନଗ୍ନ କରି ଠିଆ ହୋଇଛି । ବିବାହ ପରେ ମଧ୍ୟ ନିଜ ସିନ୍ଦୁର, ଧର୍ମ ସବୁ ପାଦରେ ଠେଲି ଦେଉଛି । କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ମତରେ,
"ଜନ୍ମ ଲଭିଥାଉ ଦ୍ଵିଜ କୁଳରେ
ମାତଙ୍ଗଙ୍କୁ ଜିଣି ଥାଉ ବଳରେ
ଗଣେଶ ସମାନ ହେଉ ପଣ୍ଡିତ
କାର୍ତ୍ତିକ ସମ ହେଉ ରୂପବନ୍ତ ।
ଧନ ନାହିଁ ଯେବେ
ମନ ନାହିଁ ବାରଙ୍ଗନାର ତେବେ ॥
ସେହିପରି ଆଜିର ନାରୀ ଓ ନାରୀ ଜାତି କଣ ତାହା ସହଜେ ଅନୁମେୟ । ବହୁତ ନାରୀ ଆଜି ନଗ୍ନା ଅସଞ୍ଜତ ଅଶ୍ଳିଳ । ବିବାହ ପରେ ମଧ୍ୟ ଯୌବନର ତୀବ୍ର ଲାଳସାରେ ବଶୀଭୂତ ହୋଇ କମ୍ ବୟସର ପୁରୁଷ, ଦିଅର, ପୁଅ ଏପରିକି ଶଶୁରଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଆମ ନ୍ୟାୟ ବ୍ୟବସ୍ଥା ମଧ୍ୟ ସ୍ଵୀକୃତି ଦେଇଛି ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ପରକୀୟା ପ୍ରୀତି ।
ମାଆ ଆଜି ନିଷ୍ପାପ କୋମଳମତି ଛୁଆଙ୍କୁ ଛାଡ଼ି ଫେରାର ! ମାଆର ଅର୍ଥକୁ ଦଳି ଚକଟି ଭୁଲି ବିକୃତ କରାଯାଉଛି ସବୁଠି । ଆଜି ନିଜ ଠାରୁ କମ୍ ଅନେକ ବୟସ ବ୍ୟବଧାନର ହିସାବକୁ ଭୃକ୍ଷେପ ନକରି ପ୍ରେମରେ ନାରୀ । ସ୍ଵାମୀ ଯଦି ପ୍ରତିବାଦୀ ତେବେ ନାରୀ ନିର୍ଯ୍ୟାତନା ଅଭିଯୋଗ ନିଶ୍ଚିତ । କି ଯୁଗ ହେଲା ! ଚତୁର୍ଥ ସ୍ତମ୍ବ ସାମ୍ବାଦିକ ମଧ୍ୟ ସେମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି ! ତା ସହ ବଡ଼ ବଡ଼ ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର ମଧ୍ୟ ସେମାନଙ୍କ ପାଇଁ ଗୀତ କରୁଛନ୍ତି । ଛି.. ଆମ ସମାଜ କଣ ହେଲା କେଉଁ ଆଡକୁ ଗତିକଲା !! "ନାରୀ ଆଜି ନାରୀର ଶତ୍ରୁ" ନାରୀ ଚାହିଁଲେ ସମାଜ ସୁଧୁରି ଯାଆନ୍ତା ।
ତିରିଡା, ବେଗୁନିଆପଡା, ଗଞ୍ଜାମ
ମୋ - ୭୯୮୪୨୫୯୦୮୦
VOL.IX, ISSUE.IX, SEPTEMBER-2025
Published By Banamallira Mahak