ବରଷାର ନାହିଁ ଦେଖା - ସୁଧାକର ସେଠୀ

0
ଫୁଙ୍ଗୁଳା ଆକାଶକୁ ଚାହିଁ
ମନରେ ଭରିଛି ବିଷାଦ
ନାହିଁ ମେଘର ଡମ୍ବରୁ ଶବଦ
ନାହିଁ ବିଜୁଳିର ତାଣ୍ଡବ

କେତେ ମୁଲାୟମ କଳା ଚାଦରଟି
କିଏ ନେଇଛି ଚୋରାଇ
ସୂରୁଜକୁ ଛପାଇ ଦେବ ବୋଲି ଭାବି
ହଟରେ ଦେଇଛି କେ ଲୁଚାଇ

ଟୋପା ଟୋପା ଜଳ ଝରୁ ନାହିଁ ଆକାଶୁ
ଭେକଙ୍କ ନାହିଁ ଦେଖା
ମୟୁର ପୁଛ ଲୁଚାଇ ବୁଲୁଛି
ସଧବବହୁର ଶୃଙ୍ଗାର ଫିକା

ଆକାଶ ରାଇଜ ପୁରା ନିରିମଳ
ମନରେ  ଆସଇ ପ୍ରଶ୍ନ
କିଏ ନେଇ ଗଲା ସେ ଖୁସିର ଦିନ
ଭରି ଦେଲା ମନେ ଦୁଃଖ

ନିଦାଘ କଷଣ ସରିନାହିଁ ଦେହୁ
ବରଷା ହେଲାଣି ବିମୁଖ
ସବୁଜିମା ଦେଖ ଗଲାଣି ହଜି
ଚାରିଆଡେ ହାହତାଶ

ଜମ୍ବେଶ୍ବରପୁର, ବାଲେଶ୍ବର
ଦୂରଭାଷ-୯୩୩୭୬୮୧୫୨୪

Post a Comment

0Comments
Post a Comment (0)