ହେ ଶୂଳପାଣି ଶିବ - ଘନଶ୍ୟାମ ସାହୁ

0
ଜୟ କୈଳାସ ପତି
ଘେନ ମୋର ପ୍ରଣତି
ଆହେ ପାର୍ବତୀ ପତି..... ମହେଶ
ସୁଦୟା କର ହେ ପ୍ରଭୁ ଦୂରିତ ନାଶ ।।୦।
ଚନ୍ଦ୍ରଶେଖର ହେ ବାବା ତୁମେ ଆଶୁତୋଷ
ମୋ ଡ଼ାକ ଶୁଣିଲ ନାହିଁ କିବା ମୋର ଦୋଷ
ଆହେ ଭୋଳା ଶଙ୍କର
ବାରେ କରୁଣା କର
ଫେଡ ବିପତ୍ତି ମୋର .... ଯୋଗେଶ
ପୂଜା ମୋ ଗ୍ରହଣ କରି ଦିଅ ଆଶୀଷ ।।୧।
ଗଙ୍ଗା ମାତା ଧରି ଶିରେ ନାମ ଗଙ୍ଗାଧର
ସମୁଦ୍ର ମନ୍ଥନ କାଳେ ଭକ୍ଷିଲ ଜହର
ଦେବାସୁରେ ରଖିଲ
ବିଷଜ୍ୱାଳା ହରିଲ
ନୀଳକଣ୍ଠ ହୋଇଲ ....ଦେବେଶ
ସଂସାରୁ ତ୍ରିତାପ ଏବେ କର ବିନାଶ ।।୨।
ଦେବଦେବ ମହାଦେବ ଗୁହାରି ଶୁଣ
ମୋ ବେଳକୁ କିମ୍ପା ପ୍ରଭୁ ହୁଅ ମଉନ
ହେ ଶୂଳପାଣି ଶିବ
ସତେ କି କୃପା ହେବ
ବାରେ ଦର୍ଶନ ଦେବ ....ହେ ହର
ତୁମ ନାମ ଗାଇ ଯିବ ଜୀବ ମୋହର ।।୩।

Writer's Details: ଘନଶ୍ୟାମ ସାହୁ
ସହ ସମ୍ପାଦକ-ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା - ଅନୁଗୋଳ,
ମୋବାଇଲ ନମ୍ବର - ୯୪୩୭୬୬୪୫୩୭,
ପିନ୍ କୋଡ - ୭୫୯୧୨୭
Content Category:
Submission Date: Jul 24, 2019

Post a Comment

0Comments
Post a Comment (0)