'ଜୀବନ' ବେଶ ପରିଚିତ ଓ ଜଣାଶୁଣା ଶବ୍ଦ ଟିଏ। ଛୋଟରୁ ବଡ଼ ହେବା ର ସମୟ ଅବଧି ମଧ୍ୟରେ ପ୍ରାୟ ସମସ୍ତେ ଏହାର ରୂପ ସହିତ ବେସ ପରିଚିତ ମଧ୍ୟ।ଜୀବନ ର କାହାଣୀ କଥା ଭାବିଲେ ସାମ୍ନାରେ ଅନେକ ଅନିଶ୍ଚିତତା ମଧ୍ୟ ଦେଖାଦିଏ, ବୁଝିବାକୁ ଚେଷ୍ଟା କରି ମଧ୍ୟ ବେଳେବେଳେ ବୁଝି ହୁଏନା ଏହାର ବାସ୍ତବତା ସମ୍ପର୍କରେ।ଋତୁ ପରିବର୍ତ୍ତନ ଭଳି ଜୀବରେ ମଧ୍ୟ ଅନେକ ପରିବର୍ତ୍ତନ ଆସେ।ଜୀବନର କାହାଣୀ ର ପରିଭାଷା ମଧ୍ୟ କିଛି କ୍ଷଣ ମଧ୍ୟରେ ବଦଳିଯାଏ ।କେତେବେଳେ ସଫଳତା ତ କେତେବେଳେ ବିଫଳତା , କେତେବେଳେ କାହାକୁ ପାଇବାର ଆନନ୍ଦ ତ କେବେ କାହାକୁ ହରାଇବାର ଦୁଃଖ , କେତେବେଳେ ମହାବାତ୍ୟା ଆସି ସବୁ କିଛି ଛାରଖାର କରିଦିଏ ତ କେତେବେଳେ ବସନ୍ତ ଆସି ଶାନ୍ତ ଓ ଶୀତଳ ସ୍ପର୍ଶର ଅନୁଭବ ଦେଇଯାଏ ଜୀବନରେ। ଜୀବନର ଏ କାହାଣୀ ଏତେ ମଧ୍ୟ ସହଜ ନୁହେଁ ବର୍ଣ୍ଣନା କରିବାକୁ।ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ଆସେ, ଝଡ଼ ଆସେ ସତ କିନ୍ତୁ ଏଠି ମଥାପାତି ଏହାକୁ ସହିବାକୁ ପଡେ।ଆଖିର ଲୁହକୁ ପିଇ ଜୀବନର ଶେଷ ପର୍ଯ୍ୟନ୍ତ ଚାଲିବାକୁ ହୁଏ।ବାରମ୍ବାର ହାରି ମଧ୍ୟ ଜିତିବା ର ଆଶା ବାନ୍ଧିବାକୁ ପଡେ। ହସି କାନ୍ଦି ଏ ପରିବର୍ତ୍ତନ କୁ ଗ୍ରହଣ କରିବାକୁ ପଡେ। ଜୀବନର ଏ କାହାଣୀ ଠାରୁ ଆହୁରି ଭଲ କାହାଣୀ ଯେ ନାହଁ ଏହାକୁ ଥରେ ଭାବି ନିଜର ଜୀବନର କାହାଣୀ କୁ ନିଜ ହାତରେ ଲେଖିବାକୁ ପଡେ।

Writer's Details: ରଶ୍ମି ରଞ୍ଜନ ନାୟକ
ସାହାଣିସାହି, ବାଲିପାଟଣା, ଖୋର୍ଦ୍ଧା
Content Category:
Submission Date: Jul 10, 2019