ମାଆ ପରି କିଏ ହେବ
ରାତି ନ ଶୋଇ
ଦିନରେ ନଖାଇ
ଲାଗିଥାଏ ପିଲା ପଛେ...।

ଆଖିର ନିଦକୁ ମାରିଦିଏ
ପିଲାକୁ ବୁଝାଇବା ପାଇଁ
ପେଟର ଭୋକକୁ ମାରିଦିଏ
ପିଲାକୁ ଖୁଆଇଦେବାକୁ ...
ମାଆ ପରି କିଏ ହେବ...।

ନିଜ ସପନକୁ ଶୁଆଇଦିଏ
ପିଲାର ସପନ କରେ ପୂରଣ
ନିଜର ଇଛ୍ଥାକୁ ସୁପ୍ତ କରିଦିଏ
ପିଲାଇଛା ଜାଗ୍ରତ କରିବାକୁ ...।

ରୋଗ ହେଲେ ଟିକେ ହୋଇ ଅଧିର
ରାତିଅଧରେ ଧାଏଁ ଡାକ୍ତରଘର
ସଫାସୁତୁରା ରଖିବା ପାଇଁ
ଭୁଲିଯାଏ ସେ ତା ବାପାମାଆ ଘର ॥ 

Writer's Details: ଦୀପ୍ତିଲେଖା ମିଶ୍ର
Content Category:
Submission Date: Jul 10, 2019