ଜୀବନ ଗଡୁଛି 
ଏମିତି ସମତଳ ବନ୍ଧୁର
ପଥକୁ ଅତିକ୍ରମ କରି
କେତେବେଳେ ଘଟିଯିବ
କଣ ଯେ ଘଟଣା
କିଏ ଜାଣେ
ଏ ଜୀବନ କେତେବେଳେ
କଣ ଯେ
ଦେବ ଉପହାର ଅବା ଅଭିଶାପ
ସବୁ ଯେ ଅଜଣା ।
ଘଟିଯାଏ ସବୁ ଅଦୃଷ୍ଟରେ
କେତେବେଳେ
ଛପରଫାଡି ସେ ଦିଏ
ତୁମ ଚାହିଁବା ଠାରୁ
ବହୁତ୍ ଉର୍ଦ୍ଧ୍ୱରେ,
କେତେବେଳେ
ହୃଦୟକୁ ଛାଡିଦିଏ
ଶୁନ୍ଯତାର ନିସ୍ତବ୍ଧ ସହରେ  ।
କେବେ ଦିଏ
ହିମ ଶୁଭ୍ର ଆସ୍ତରଣ
ଉତ୍ତପ୍ତ ଅଗ୍ନି ବଳୟ ଭିତରେ,
କେବେ  ପୁଣି ଦିଏ
ଶୁଭ୍ର ଶୀତଳତା ଛୁଆଁ
ଲେଲିହାନ ଅଗ୍ନୀର ବର୍ଷାରେ।
ଅଦୃଷ୍ଟ କେବେ ଦୃଷ୍ଟ ହୁଏନା
ଭାଗ୍ଯ ଭବିଷ୍ୟତର ଜାତକ
ଗଣନା କେହି କରି ପାରେନା
ନିଷ୍ଠୁର ଏ ଜୀବନର ସତ୍ୟକୁ
ବୁଝିବି ବୁଝି ହୁଏନା।
କେତେ ଯେ ଘଟଣା
କେତେ ଦୁର୍ଘଟଣା
ଆସେ ଯାଏ
କେବେ ପତରଟା ପଥରର ରୂପ ନିଏ
କେବେ ପୁଣି ପଥରଟା ପତ୍ର। ହୋଇ
ଶୂନ୍ୟରେ ଉଡିଯାଏ
ଭୂଲି ହୁଏନା ।
ସମୟର ଡାକକୁ
ଶୁଣିବାକୁ ହୁଏ
ଅପେକ୍ଷା କରିବାକୁ
ଶକ୍ତି ସଞ୍ଚୟ କରିବାକୁ ପଡେ
ଦିନ ଦିନ ବର୍ଷ ବର୍ଷ ଧରି
ସମୟ ହିଁ ଦିଏ ଶେଷ ଫଳ
କରିବାକୁ ଜୀବନ ଅର୍ଚ୍ଚନା।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 10, 2019