କେଡେ ନାଟୁଆ ତୁ ନୀଳା ଚଳିଆ
ତୋ ସହ ସମ କେ କହ ଛଳିଆ
ଶ୍ରୀମନ୍ଦିର ଛାଡି ଲକ୍ଷ୍ମୀମାଙ୍କୁ ଭଣ୍ଡେଇ
ଭକତ ପାଇଁ ଖୋଜୁ କେତେ ବାହାନା
କେଡେ ନାଟୁଆ ତୁ ନୀଳାଚଳିଆ
ତୋ ସହ ସମ କେ କହ ଛଳିଆ
ବରଷକୁ ଥରେ ହେଉ ବାହାର
ଭକତ ଜଗିଥାଏ ବାଟ ତୋହର
କେତେ ରଂଗେ ଢଂଗେ ହଲି ଝୁଲି ତୁହି
ରଥରେ ଗଡି ଯାଉ ବଡ ଦାଣ୍ଡର
ବଡ ଛଳିଆ ତୁ ନଟ ନାଗର
ଭକତ ପାଇଁ ତୋର ଖୋଲା ଦୁଆର
ରହିରହି ଯାଏ ତ ନନ୍ଦିଘୋଷ
ଭକତକୁ ଦେଖି ହୁଏ ଅଟକ
ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ
ଦିଶିଯାଏ ଭକ୍ତଙ୍କ ଉଦଣ୍ଡ ନୃତ୍ୟ
ବଡ ଛଳିଆତୁ ନୀଳା ଚଳିଆ
ତ ପରି କେ ହେବ କହ କାଳିଆ
ଜଗତ ଦେଖିଛି ତୋହରି ନାଟ
ସବୁଠି ଅଛିରେ ତୋହର ଛାପ
ସକଳ ହୃଦରେ ବିରାଜିଛୁ ତୁ
ସଂସାର ସାଗରେ ଚଲାଉ ରଥ
ବଡ ଛଇଳା ତୁ ଜଗତ ନାଥ
ଦୁଃଖି ଦୁନିଆର ତୁ ଏକା ମିତ
କେହିତ ବୁଝିନି ତୋହର ଲୀଳା
ସଭିଙ୍କ ଠାରୁ ତୁ ଅଟୁ ନିଆରା
ହାତ ପାଦ ନାହିଁ ପଲକ ପଡେନି
ତଥାପି ମୋହୁଛୁ ଜଗତ ସାରା
ବଡ ଛଳିଆ ତୁ କଳାସାଆଁନ୍ତ
ମିଛରେ ଲଗାଉ ଏସବୁ ନାଟ
ଜମ୍ବେଶ୍ବରପୁର, ବାଲେଶ୍ବର
୯୩୩୭୬୮୧୫୨୪
ଶ୍ରୀମନ୍ଦିର ଛାଡି ଲକ୍ଷ୍ମୀମାଙ୍କୁ ଭଣ୍ଡେଇ
ଭକତ ପାଇଁ ଖୋଜୁ କେତେ ବାହାନା
କେଡେ ନାଟୁଆ ତୁ ନୀଳାଚଳିଆ
ତୋ ସହ ସମ କେ କହ ଛଳିଆ
ବରଷକୁ ଥରେ ହେଉ ବାହାର
ଭକତ ଜଗିଥାଏ ବାଟ ତୋହର
କେତେ ରଂଗେ ଢଂଗେ ହଲି ଝୁଲି ତୁହି
ରଥରେ ଗଡି ଯାଉ ବଡ ଦାଣ୍ଡର
ବଡ ଛଳିଆ ତୁ ନଟ ନାଗର
ଭକତ ପାଇଁ ତୋର ଖୋଲା ଦୁଆର
ରହିରହି ଯାଏ ତ ନନ୍ଦିଘୋଷ
ଭକତକୁ ଦେଖି ହୁଏ ଅଟକ
ଘଣ୍ଟ ଘଣ୍ଟା ମୃଦଙ୍ଗ ତାଳରେ
ଦିଶିଯାଏ ଭକ୍ତଙ୍କ ଉଦଣ୍ଡ ନୃତ୍ୟ
ବଡ ଛଳିଆତୁ ନୀଳା ଚଳିଆ
ତ ପରି କେ ହେବ କହ କାଳିଆ
ଜଗତ ଦେଖିଛି ତୋହରି ନାଟ
ସବୁଠି ଅଛିରେ ତୋହର ଛାପ
ସକଳ ହୃଦରେ ବିରାଜିଛୁ ତୁ
ସଂସାର ସାଗରେ ଚଲାଉ ରଥ
ବଡ ଛଇଳା ତୁ ଜଗତ ନାଥ
ଦୁଃଖି ଦୁନିଆର ତୁ ଏକା ମିତ
କେହିତ ବୁଝିନି ତୋହର ଲୀଳା
ସଭିଙ୍କ ଠାରୁ ତୁ ଅଟୁ ନିଆରା
ହାତ ପାଦ ନାହିଁ ପଲକ ପଡେନି
ତଥାପି ମୋହୁଛୁ ଜଗତ ସାରା
ବଡ ଛଳିଆ ତୁ କଳାସାଆଁନ୍ତ
ମିଛରେ ଲଗାଉ ଏସବୁ ନାଟ
ଜମ୍ବେଶ୍ବରପୁର, ବାଲେଶ୍ବର
୯୩୩୭୬୮୧୫୨୪