ଜଗତର ନାଥ ଅନ୍ତର୍ଯ୍ୟାମୀ ନାଥ
ତୁମ ପାଦେ ନମସ୍କାର
ରଥ ରେ ବସିଛ ଚତୁର୍ଦ୍ଧା ମୂରତୀ
ଦେଖି ବହେ ଭକ୍ତି ଧାର।
ବାମନ ରୂପରେ ବସିଛ ଠାକୁରେ
ଦୁଇ ବିଶାଳ ଭୂଜ ମେଲାଇ
ରଥ ରେ ଦେଖିଲେ ତୁମ ଏ ରୂପ କୁ
ନାହିଁ ପୂର୍ଣ୍ଣ ଜନ୍ମ ଶାସ୍ତ୍ର କହଇ।
ଦୂରେଇ ଦେଇକି ତୁମ ଶ୍ରୀ ଧାମରୁ
କିବା ସୁଖ ତୁମେ କୁହ ପାଉଛ
ଭାଗ୍ୟବତୀ ମଣେ ମନେ ମନେ ମୁଁ ଯେ
ତୁମରି ଶ୍ରୀକ୍ଷେତ୍ରେ ଜନ୍ମ ଦେଇଛ।
ଭକ୍ତ ବଳରାମ ଭକ୍ତି ନାହିଁ ମୋର
ବସିବ ତୁମେ ମୋ ବାଲି ରଥରେ
ନବଧା ଭକତି ଜାଣିନି ଠାକୁରେ
ବସିବ ତୁମେ ମୋ ହୃଦ ନନ୍ଦିଘୋଷ ରେ।
ଦୂର ରେ ଥାଇ ମୁଁ ଅନ୍ତର ଫଟାଇ
କରୁଅଛି ପ୍ରଭୂ ତବ ଚିନ୍ତନ
ଆସିବ କି କଳା କାହ୍ନୁ ତୁମୋ ମୋର
ହୂଦୟେ ହୋଇବ ତୁମେ ବିରାଜମାନ।
ଭକତି ଲୁହରେ ପ୍ରକ୍ଷାଳି ଦେବି ହେ
ତୁମ ଅଦୃଶ୍ୟ ପାଦ ପଦ୍ମକୁ
ଶ୍ରଦ୍ଧାର ପ୍ରସାଦ ପରଶି ଦେବି ମୁଁ
ମୋହିତ କରିବି ତୁମ ମନ କୁ।
ମନ କୁ ମୋହର ବଡ଼ ଦାଣ୍ଡ ଟି ସଜାଇ
କରିବି ତୁମର ରଥ ଯାତରା
ତୁମେ ମୋର ରଥୀ ମୁଁ ତୁମର ରଥ
ଏତିକି ମହାବାହୁ କରିଛି ଆଶରା।

Writer's Details: Tapaswini Dash Sarangi,Bangalore
Content Category:
Submission Date: Jul 04, 2019