ଜଲ୍ ଦି ଜଲ୍ ଦି ଚାଲ୍ ସଜନୀ ନୀଲାଚଲ୍ ଧାମ୍ ,
ରଥେ ଦେଖ୍ ମା କଲାକାହ୍ନୁ ଶାନ୍ତ୍ ହେବା ପ୍ରାଣ୍
ଗୁଡ଼ି ଭିତ୍ ରୁ ବାଜ୍ ଲା ଦେଖ୍ ଶଙ୍ଖ୍ ଘଣ୍ଟ୍ ବଜା
ନାଚ୍ ଗୀତ୍ ଗହଗହ ଆସେ କାଲିଆ ରଜା
ମଣିମା ମଣିମା ଡାକ୍ ଶୁଭୁଛେ ୨
ରଥେ ଉଡେ ଧୂଜା ରେ ମାଇଲା ଜଡ
ତାର୍ ତ ସବୁ କଥା ବଡ଼ ରେ ମାଇଲା ଜଡ
ସିଏ ତ ମାହାପୁରୁ ବଡ଼ ରେ ମାଇଲା ଜଡ ।।୧।
କେତେ ରଙ୍ଗେ ସଜାହେଇ ଉଭା ତିନ୍ ରଥ୍
ରଥେ ଆସି ବିଜେ ହେବା ଜଗତର ନାଥ୍
ଆଗ୍ ରେ ଯିବେ ବଡ୍ ଖା ଦାଦା ମଝାଥି ବହେନ୍
ଶେଷେ ଯିବା ଚକାଡୁଲା ଧରି ଭକତ୍ ଗଣ୍
ହରିବୋଲ୍ ହୁଲ୍ ହୁଲି ଶବଦେ ୨
ଉଚ୍ଛୁଳେ ପରାଣ୍ ରେ ମାଇଲା ଜଡ
ମାହାପୁରୁ ଗୁଡ଼ିରୁ ବାହାର ରେ ମାଇଲା ଜଡ
ଶୁଭେ ବାଟ୍ ଛାଡ଼ ବାଟ୍ ଛାଡ ରେ ମାଇଲା ଜଡ ।।୨।
ରଥେ ବିଜେ ମାହାପୁରୁ ସର୍ ଲା ପହଁଡି
ଗଜପତି ରଜା ଆଏଲେ ସବାରିଥି ଚଢି
ଛେରା ପହଁରା କରି ଗଲେ ପୁର୍ ନିଜର୍
ଘିଡି ଘିଡି ଗଡ୍ ଲା ରଥ ବଡ୍ ଦାଣ୍ଡର୍
ଜୀବନ୍ ଧଏନ୍ ହେଲା ଆମର୍ ସଜନୀ ୨
କଲାବାମନ୍ ଦେଖିରେ ମାଇଲା ଜଡ
ଆଉର୍ ତୁଇ ନାଇଁ ହେବୁ ହର୍ ବର୍ ରେ ମାଇଲା ଜଡ
ପାରି ତ କର୍ ବେ ଚକର୍ ଧର୍ ରେ ମାଇଲା ଜଡ ।।୩।

Writer's Details: ଘନଶ୍ୟାମ ସାହୁ, ବଇଣ୍ଡା,ଅନୁଗୋଳ
ସହ ସମ୍ପାଦକ -- ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,
ପୋ:ଅ;-- କିଶୋର ଗଞ୍ଜ, ଜିଲ୍ଲା -- ଅନୁଗୋଳ,
ମୋବାଇଲ ନମ୍ବର -- ୭୮୭୯୦୫୭୬୯୫
Content Category:
Submission Date: Jul 04, 2019