ଟିକେ ଦେଖିବ କି ଆଡଆଖିରେ
ଟାଳଟୁଳ ନୀତି ଛାଡ ହେ ମଣିମା
ଟାକିଛି ମୁଁ ଆଶା ବାନ୍ଧି ମନରେ । ୦

ଟଳମଳ ଜୀବନ-ନାଆ
ଟିପ ଦେଇ ହୁଅ ହେ ସାହା
ଟାଉକା କୁମ୍ଭୀର ଟାକି ବସିଅଛି
ଟାଣିନେବ ପରା ନିମିଷକରେ । ୧

ଟେକପଣ ରଖ ତୁମରି
ଟାଳିଦିଅ ଦୁଃଖ ଶ୍ରୀହରି
ଟମକ ଭଳି ମୁଁ ତୁମ ନାମ ଗାଏ
ଟୁରା କରନାହିଁ ବଡଦାଣ୍ଡରେ । ୨

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jun 28, 2019