କଥାରେ କଥାରେ 
କରିଲ ନିଜର
ମନ ସହ ମନ ଛନ୍ଦି
ସେହି ଦିନ ଠାରୁ
ନିଜକୁ ଭୁଲି ମୁଁ
ତୁମ ଭାବେ ହେଲି ବାନ୍ଧି ୲୲

ପ୍ରେମ ପରଶର
ସେ ମିଠା ମହକ
ମନରେ ବୁଣିଲ ମୋର
ଧିରେ ଧିରେ ଏହି
ମନେ ଭରିଗଲା
ଉଷ୍ମ ମାଦକତା ତାର ୲୲

ଅତୀତର ସ୍ମୃତି
ମଥା ପିଟେ ଆସି
ମୋ' ମନ ବେଳାରେ ନିତି
ଭୁଲି ମୁଁ ପାରୁନି ,
ପାରିବିନି ଭୁଲି
ଅକୁହା ପ୍ରୀତିର ଗୀତି ୲୲

ନ ଦେଖିଲେ କ୍ଷଣେ
ଅଥୟ ମୋ' ମନ
ପ୍ରାଣ ଝୁରେ ରହି ରହି
କେମିତି ଅନ୍ତର
ପାରିବି ମୁଁ କରି
ବିରହ ପାରୁନି ସହି ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Jun 22, 2019