(ରାଗ- କେଦାର, ଚକ୍ରକେଳି ବାଣୀ)
ନବବୟସୀର ରୂପକୁ ଦେଖି
ନୟନଯୁଗଳ ଯାଉଛି ଲାଖି
ନବଘନ ଦେଖି ରୂପ ତୋହର
ନଦୀତୀରେ ଆସି କରେ ନଜର।।
ନଦୀର ଗର୍ଭରୁ ନଉକା ଧରି
ନାଉରିଆ ଟୋକା ଆସେ ବାହାରି
ନଚାକୁଦା କରି ଯାଏ ନଗର
ନବବୟସୀର ରୂପ ସୁନ୍ଦର।।
ନଗରରେ କାଳେ ପଡିଛି ହୁରି
ନଦୀଘାଟେ ମୀନ ଯାଉଛି ମରି
ନବଶଶୀ ଆଜି କରେ ବିଚାର
ନବରୂପ ଦେଖି ହୁଏ କାତର।।
ନବମଲ୍ଲୀକାକୁ ସାଥୀରେ ନେଇ
ନବଯୁବକଟି ଯାଉଛି ଧାଇଁ
ନବଧାତୁ ଆଣି ନବନାଗର
ନବମୀ ତିଥିରେ ଗଢଇ ହାର।।
ନବାମ୍ବର ପିନ୍ଧି ଦେଲେ ଅନାଇଁ
ନବଶିଖିତ ଯେ ଆସନ୍ତି ଧାଇଁ
ନରବୀର ଆସି ଦିଏ ଖବର
ନବବୟସୀର ରୂପ ସୁନ୍ଦର।।
ସୁନୀଲ କୁମାର ବେହେରା (ଶିକ୍ଷକ)।
ନୂଆଗାଁ,ବଡପାରୀ /ଟାଙ୍ଗୀ/ ଖୋର୍ଦ୍ଧା।
ମୋ-୮୦୧୮୯୯୭୬୯୬
ନବବୟସୀର ରୂପକୁ ଦେଖି
ନୟନଯୁଗଳ ଯାଉଛି ଲାଖି
ନବଘନ ଦେଖି ରୂପ ତୋହର
ନଦୀତୀରେ ଆସି କରେ ନଜର।।
ନଦୀର ଗର୍ଭରୁ ନଉକା ଧରି
ନାଉରିଆ ଟୋକା ଆସେ ବାହାରି
ନଚାକୁଦା କରି ଯାଏ ନଗର
ନବବୟସୀର ରୂପ ସୁନ୍ଦର।।
ନଗରରେ କାଳେ ପଡିଛି ହୁରି
ନଦୀଘାଟେ ମୀନ ଯାଉଛି ମରି
ନବଶଶୀ ଆଜି କରେ ବିଚାର
ନବରୂପ ଦେଖି ହୁଏ କାତର।।
ନବମଲ୍ଲୀକାକୁ ସାଥୀରେ ନେଇ
ନବଯୁବକଟି ଯାଉଛି ଧାଇଁ
ନବଧାତୁ ଆଣି ନବନାଗର
ନବମୀ ତିଥିରେ ଗଢଇ ହାର।।
ନବାମ୍ବର ପିନ୍ଧି ଦେଲେ ଅନାଇଁ
ନବଶିଖିତ ଯେ ଆସନ୍ତି ଧାଇଁ
ନରବୀର ଆସି ଦିଏ ଖବର
ନବବୟସୀର ରୂପ ସୁନ୍ଦର।।
ସୁନୀଲ କୁମାର ବେହେରା (ଶିକ୍ଷକ)।
ନୂଆଗାଁ,ବଡପାରୀ /ଟାଙ୍ଗୀ/ ଖୋର୍ଦ୍ଧା।
ମୋ-୮୦୧୮୯୯୭୬୯୬

