ସ୍ମୃତିରେ ସ୍ମୃତିରେ - ମହେଶ୍ୱର ଦାଶ

0
ସମୟ ସୁଅରେ ତୁମେ ଭାସିଆସି 
ହୃଦୟକୁ ଦେଲ ଛୁଇଁ
ସେ ସୁଅରେ ପୁଣି ଦିନେ ଚାଲିଗଲ
ପାଶେ ମୁଁ ପାରୁନି ଯାଇ
ଦୂରରେ ଥିଲେ ବି
ମନ ଆଇନାରେ
ପ୍ରତିଛବି ତମ ଭାସେ
ମିଠା କଥା ତମ କାନକୁ ମୋ ଶୁଭେ
ଦିନ ବିତି ଯାଏ ହରଷେ
ମନେ ମୋ ପଡୁଛି ତମ
ମଧୁଝରା ହସ, ଥଟ୍ଟା ପରିହାସ
ଖେଳ କଉତୁକ ଯେତେ
ପାଉଛି ଆନନ୍ଦ ପାଉଛି ଯାତନା ସେତେ
ହୃଦେ ଜଗାଇ କମ୍ପନ ଦେଇଥିଲ
ଯେଉଁ ମୃଦୁ ଚୁମ୍ବନ
ଆଉ ଫେରିବକି ସେ ଦିନ
ଆଶା ଉଜ୍ଜୀବିତ ଅଧର ତୃଷିତ
ନିଆରା ସମ୍ପର୍କ
ନାମ ତାର କିଛି ନାହିଁ
ସ୍ମୃତିରେ ସ୍ମୃତିରେ
ରହି ଥାଉ ଜିଇଁ
ଯେମିତି ଜହ୍ନ ଓ କଇଁ 

Writer's Details: ମହେଶ୍ୱର ଦାଶ
ନରସିଂହପୁର ଶାସନ ,କେନ୍ଦୁଝର
Content Category:
Submission Date: Jun 18, 2019

Post a Comment

0Comments
Post a Comment (0)