ନିଶାର୍ଦ୍ଧ ରାତ୍ରୀରେ ଆସେ ଧୀରେ ଧୀରେ
ନିଶିଗନ୍ଧା ପ୍ରୀତି ରାଣୀ , ରାଗର ରାଗିଣୀ ପ୍ରେମର ବାୟାଣୀ
କଵି ପାଶେ ଆସେ ଜାଣି ! !
ଶବଦ ମଞ୍ଜୁଳା ଘନକେଶ ବାଳା
ଅପୂର୍ବ ତା' ରୂପକାନ୍ତି ,
ପଦ ମାଧୁର୍ଯ୍ୟର ସୁଲଳିତ ସ୍ଵର
କବିର କବିତା ପଂକ୍ତି ! !
କଵି ହୃଦୟରେ ପ୍ରେମନୀର ଢାଳେ
ଦିବାନିଶି ଅବିରତେ ,
କବି ତା'ପ୍ରେମୀକ ସପନ ବଣିକ
ଭାସେ ତା'ପ୍ରେମର ସ୍ରୋତେ ! !
ମହମହ ବାସ୍ନା ନିଶିଗନ୍ଧା ପୁଷ୍ପା
ସ୍ମୃତିର ପ୍ରେମିକା ସ୍ଵପ୍ନା ,
କଜଳ ସଜଳ ନୟନ ଯୁଗଳ
ସାହିତ୍ୟ ଆକାଶେ ଜ୍ୟୋସ୍ନା ! !
କଵି କବ୍ୟୟତ୍ରୀ ନିଶିଗନ୍ଧା ସାଥୀ
ରୂପଚର୍ଯ୍ୟା ପରଷନ୍ତି ,
ନିଶି ସୁନ୍ଦରୀକୁ ପ୍ରେମ କରିବାକୁ
ପୁଷ୍ପମାଲ୍ୟ ସମର୍ପନ୍ତି ! !
ବର୍ଣ୍ଣର ବର୍ଣ୍ଣାଳୀ ପୂଜା ଅର୍ଘ୍ୟଥାଳି
ଶବଦ କୁସୁମ ହାର ,
ପ୍ରକୃତି ରାଣୀର ନିଶିଗନ୍ଧା ଝିଅ
ନିର୍ଝର ଲେଖନୀ ଧାର ! !
ରୂପେ ଅପରୂପା ସୌନ୍ଦର୍ଯ୍ୟା ଶର୍ମିଷ୍ଠା
ପଲ୍ଲବିନି ନବାଗତା ,
କବିର ବନୀତା ଶ୍ଵେତା ମହେଶ୍ଵେତା
ପାଠକ ହୃଦୟ ଚିତା ! !
ହେ'ପାଟମହାରାଣୀ ନିଶିଗନ୍ଧା ମଣି
ସାହିତ୍ୟ ସଂସଦ ଶଶି ,
ବଣମୁଲକର ପ୍ରତିଭା ସମୂହ
ତୋ'ର ପ୍ରେମେ ଖୁସିବାସି ! !
ସଂପୂର୍ଣ୍ଣା ସମ୍ପର୍ଣ୍ଣା କଵି ଭାବପର୍ଣ୍ଣା
ଭାଷା ସାହିତ୍ୟର ଗୃହ ,
ନିଶିଗନ୍ଧା ବସା ହସିବ ସର୍ଵଦା
ଅତୁଟ ରହିଲେ ସ୍ନେହଁ ! !
Writer's Details: ସଦାନନ୍ଦ ସାହୁ , ଗ୍ରାମ /ପୋ - ଧୁରୁ ଷିଆ, ଆଠଗଡ଼, କଟକ,
ଦୂରଭାଷ ସଂଖ୍ୟା - 7978517998 Content Category:
Submission Date: Jun 18, 2019

