କନ୍ୟା 
ତୁ କେତେବେଳେ ଚଞ୍ଚଳା,
କେତେବେଳେ ପୁଣି ସରଳା ,
ତୁ ହିଁ ଜାୟା, ଭଗିନୀ..
ତୁ ହିଁ ମାୟା, ଦୁଃଖ ହାରିଣୀ ..
ସମୟେ ସମୟେ ତୁ ଧ୍ବଂସ କାରିଣୀ
ଖୁସିର ଲହରୀ ନେଇଆସୁ ତୋରି ସାଥିରେ,
ପୁଣି ଅନେକ କରନ୍ତି ଦୁଃଖ ତୋ ଜନମରେ ..
ପରିଣତ ବୟସରେ ଲାଗେ କେତେ କଟକଣା ,
ପାଦ ଟିକେ ଖସିଗଲେ ପୁଣି କେତେ ଯେ ବାରଣା ..
ଦୁନିଆ ପୂଜଇ ତତେ ବିଭିନ୍ନ ରୂପରେ ,
ସାଥିରେ ଦିଏ ଯନ୍ତ୍ରଣା ନାନା ପ୍ରକାରରେ ..
ଘରର ଲଷ୍ମୀ ଭାବେ ଗଣା ତୁହି ହେଲୁ ,
ସବୁରି ଦୁଃଖକୁ ଆପଣାର କଲୁ ..
ତଥାପି ଏ ଦୁନିଆ ଦେଖେ ତତେ ବୋଝ ହିସାବରେ ,
ବାଣ୍ଟି ଯାଉ ସ୍ନେହ ପ୍ରେମର ଜୁଆର ବିଭିନ୍ନ ରୂପରେ | 

Writer's Details: Ranjita Das, Address - NIT Rourkela, Odisha , India.
Content Category:
Submission Date: Jun 19, 2019