
କର୍ଣ୍ଣେ ଆଶିଷ ଶୂନ୍ୟ ଶବ୍ଦ..।।
ତୋ ବିନୁ ଆନ ଗତି କାହିଁ
ସର୍ବ ଜଗତ ଏକା ତୁହି..।।
ଭିନ୍ନ ଚିନ୍ତନ କଳପନା
ମାନସ ପଟ୍ଟ ର ବର୍ଣ୍ଣନା..।।
ତୁମ୍ଭ ସନ୍ତାନ ମୁଁ ନିଉନ
ସତୀ ମହିମା କରେ ଗାନ..।।
ଜନନୀ ଭଗିନୀ ଘରଣି
ସତୀ ନାରୀ ର ଏ କାହାଣୀ..।।
ଯେ ନାରୀ ହୃଦ ପ୍ରାଣେ ପତି
ବିଶ୍ୱାସେ ନିଶ୍ୱାଃସ ବସତି..।।
ନିତି ପାହାନ୍ତି ଶେଯ ଛାଡେ
ଛେରା ପହରା ଦ୍ୱାର ଝାଡେ..।।
ସ୍ନାହାନ କରି ଆଦ୍ର ଜଳେ
ଶୁଦ୍ଧ ଚିତ ରେ ପୁଷ୍ପ ତୋଳେ..।।
ଠାକୁର ଘର ଦେବ ସ୍ନାନ
ଭକତି ଭରେ ହୋଇ ମଗ୍ନ..।।
ଧୂପ ଝୁଣା ରେ ମହକାଇ
ମଙ୍ଗଳ ଆଳତୀ କରଇ..।।
ପ୍ରାତଃ ଦର୍ଶନେ ଗୁରୁଜନ
ଘେନଇ ଭୂମିଷ୍ଠ ପ୍ରଣାମ..।।
ତେସନ ଜାଳେ ସଂଧ୍ୟା ଧୂପ
ତୁଳସୀ ଚଉରା ପ୍ରଦୀପ..।।
ଏକଇ ଚିନ୍ତା ସର୍ବ ସୁଖ
ଭାଳେନା ଜରା ବ୍ୟାଧି ଦୁଃଖ..।।
ଶାଶୁ ଶ୍ବଶୁର କନ୍ୟା ପୁତ୍ର
ନଣନ୍ଦ ଦିଅର ଏକତ୍ର..।।
ବନ୍ଧୁ ସହୋଦର ସଙ୍ଗତେ
ହସ ଖୁସି ରେ ଦିନ ବିତେ..।।
ସୁଖେ ତରନ୍ତି ଭବ ନାଆ
ସଂସାରେ ଲଭି ବାହା ବାହା..।।
ପତି ସୁଖରେ ସୁଖୀ ହୁଏ
ତା ଦୁଃଖେ ଲୁହ ଢାଳି ଦିଏ..।।
ପତି ତା ଧର୍ମ କର୍ମ ମୋକ୍ଷ
ନାରୀ ଜୀବନେ ମୂଳ ଲକ୍ଷ୍ୟ..।।
ପତି ଟି ଜୀବନ୍ତ ଇଶ୍ୱର
ଜନ୍ମ ଜନ୍ମ ର ସାଥି ତା'ର..।।
ଦୁଇ କୁଳ ର ହିତା ଯେହି
ସତୀ ନାରୀ ରେ ଗଣା ହୋଇ..।।
ଏକଦା ସତୀତ୍ବ ର ବଳେ
ସାବିତ୍ରୀ ଲଭେ ପୁତ୍ର କୋଳେ..।।
ସତ୍ୟବାନ ଯେ ପୁନରାୟ
ମୃତ୍ୟ ପିଣ୍ଡ ରେ ପ୍ରାଣୋଦୟ..।।
ସତୀ ସୀତା ର ବାକ୍ୟ ଶୁଣି
ତ୍ବରିତ ଫାଟିଲା ଧରଣୀ..।।
ସତୀତ୍ବ ବଳେ ବୃନ୍ଦାବତୀ
ଲଭିଲା କୃଷ୍ଣ ଶୁଦ୍ଧ ଭକ୍ତି..।।
ଅନେକ ସତୀ ମାତା ଗାଥା
ପୁରାଣେ ଲିଖିତ ଯା କଥା..।।
ସେହି ଔରସୁ ଜନ୍ମ ବହି
ସେ ଯଶ କୀର୍ତ୍ତି ଭୁଲ ନାହିଁ..।।
ଆସୁ ଜୀବନେ ଝଡ ବାଧା
ମନେ ନ ରଖ ତିଳେ ଦ୍ୱିଧା..।।
ପ୍ରାଣେ ବସାଅ ନରହରି
ସେହି କରିବେ ତୋତେ ପାରି..।।
ସତୀତ୍ବ ତୋର ପିନ୍ଧା ବସ୍ତ୍ର
ଜୀବନ ଯୁଦ୍ଧେ କର ଅସ୍ତ୍ର..।।
ନାହିଁ କେ ତୋତେ ଜିଣିଯିବ
ଜଗତେ ତୋ ବାନା ଉଡିବ..।।
ନିତି ତୁ ମନେ ଏହି ବ୍ରତୀ
ସଦା ହୋଇବୁ ମହାସତୀ..।।
ଦୋଷ କ୍ଷମିବ ନିଜ ଗୁଣେ
ମୁଢ ମତି କିଛି ନ ଜାଣେ..।।
ସର୍ବ ମାତାଙ୍କ ପାଦେ ଧ୍ୟାନ
ପ୍ରଣତି କରେ ଏ ସନ୍ତାନ..।।
ସତୀତ୍ବ କଥା ହେଲା ଶେଷ
କହଇ ଶିବ ପାଦ ଦାସ..।।
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
ତୋ ବିନୁ ଆନ ଗତି କାହିଁ
ସର୍ବ ଜଗତ ଏକା ତୁହି..।।
ଭିନ୍ନ ଚିନ୍ତନ କଳପନା
ମାନସ ପଟ୍ଟ ର ବର୍ଣ୍ଣନା..।।
ତୁମ୍ଭ ସନ୍ତାନ ମୁଁ ନିଉନ
ସତୀ ମହିମା କରେ ଗାନ..।।
ଜନନୀ ଭଗିନୀ ଘରଣି
ସତୀ ନାରୀ ର ଏ କାହାଣୀ..।।
ଯେ ନାରୀ ହୃଦ ପ୍ରାଣେ ପତି
ବିଶ୍ୱାସେ ନିଶ୍ୱାଃସ ବସତି..।।
ନିତି ପାହାନ୍ତି ଶେଯ ଛାଡେ
ଛେରା ପହରା ଦ୍ୱାର ଝାଡେ..।।
ସ୍ନାହାନ କରି ଆଦ୍ର ଜଳେ
ଶୁଦ୍ଧ ଚିତ ରେ ପୁଷ୍ପ ତୋଳେ..।।
ଠାକୁର ଘର ଦେବ ସ୍ନାନ
ଭକତି ଭରେ ହୋଇ ମଗ୍ନ..।।
ଧୂପ ଝୁଣା ରେ ମହକାଇ
ମଙ୍ଗଳ ଆଳତୀ କରଇ..।।
ପ୍ରାତଃ ଦର୍ଶନେ ଗୁରୁଜନ
ଘେନଇ ଭୂମିଷ୍ଠ ପ୍ରଣାମ..।।
ତେସନ ଜାଳେ ସଂଧ୍ୟା ଧୂପ
ତୁଳସୀ ଚଉରା ପ୍ରଦୀପ..।।
ଏକଇ ଚିନ୍ତା ସର୍ବ ସୁଖ
ଭାଳେନା ଜରା ବ୍ୟାଧି ଦୁଃଖ..।।
ଶାଶୁ ଶ୍ବଶୁର କନ୍ୟା ପୁତ୍ର
ନଣନ୍ଦ ଦିଅର ଏକତ୍ର..।।
ବନ୍ଧୁ ସହୋଦର ସଙ୍ଗତେ
ହସ ଖୁସି ରେ ଦିନ ବିତେ..।।
ସୁଖେ ତରନ୍ତି ଭବ ନାଆ
ସଂସାରେ ଲଭି ବାହା ବାହା..।।
ପତି ସୁଖରେ ସୁଖୀ ହୁଏ
ତା ଦୁଃଖେ ଲୁହ ଢାଳି ଦିଏ..।।
ପତି ତା ଧର୍ମ କର୍ମ ମୋକ୍ଷ
ନାରୀ ଜୀବନେ ମୂଳ ଲକ୍ଷ୍ୟ..।।
ପତି ଟି ଜୀବନ୍ତ ଇଶ୍ୱର
ଜନ୍ମ ଜନ୍ମ ର ସାଥି ତା'ର..।।
ଦୁଇ କୁଳ ର ହିତା ଯେହି
ସତୀ ନାରୀ ରେ ଗଣା ହୋଇ..।।
ଏକଦା ସତୀତ୍ବ ର ବଳେ
ସାବିତ୍ରୀ ଲଭେ ପୁତ୍ର କୋଳେ..।।
ସତ୍ୟବାନ ଯେ ପୁନରାୟ
ମୃତ୍ୟ ପିଣ୍ଡ ରେ ପ୍ରାଣୋଦୟ..।।
ସତୀ ସୀତା ର ବାକ୍ୟ ଶୁଣି
ତ୍ବରିତ ଫାଟିଲା ଧରଣୀ..।।
ସତୀତ୍ବ ବଳେ ବୃନ୍ଦାବତୀ
ଲଭିଲା କୃଷ୍ଣ ଶୁଦ୍ଧ ଭକ୍ତି..।।
ଅନେକ ସତୀ ମାତା ଗାଥା
ପୁରାଣେ ଲିଖିତ ଯା କଥା..।।
ସେହି ଔରସୁ ଜନ୍ମ ବହି
ସେ ଯଶ କୀର୍ତ୍ତି ଭୁଲ ନାହିଁ..।।
ଆସୁ ଜୀବନେ ଝଡ ବାଧା
ମନେ ନ ରଖ ତିଳେ ଦ୍ୱିଧା..।।
ପ୍ରାଣେ ବସାଅ ନରହରି
ସେହି କରିବେ ତୋତେ ପାରି..।।
ସତୀତ୍ବ ତୋର ପିନ୍ଧା ବସ୍ତ୍ର
ଜୀବନ ଯୁଦ୍ଧେ କର ଅସ୍ତ୍ର..।।
ନାହିଁ କେ ତୋତେ ଜିଣିଯିବ
ଜଗତେ ତୋ ବାନା ଉଡିବ..।।
ନିତି ତୁ ମନେ ଏହି ବ୍ରତୀ
ସଦା ହୋଇବୁ ମହାସତୀ..।।
ଦୋଷ କ୍ଷମିବ ନିଜ ଗୁଣେ
ମୁଢ ମତି କିଛି ନ ଜାଣେ..।।
ସର୍ବ ମାତାଙ୍କ ପାଦେ ଧ୍ୟାନ
ପ୍ରଣତି କରେ ଏ ସନ୍ତାନ..।।
ସତୀତ୍ବ କଥା ହେଲା ଶେଷ
କହଇ ଶିବ ପାଦ ଦାସ..।।
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.
