ଦୁଃଖ - ସୁଧାକର ସେଠୀ

0
ଏମିତି ଘଡିର ଜନମ ମୋର
ନିସଙ୍ଗତା ସଦା ସାଥି
ଦିନ କେଇଟାରେ ଯାଉଛି ଫିଟି
ସମ୍ପର୍କର ନିବିଡ ଗଣ୍ଠି

ହତାଦର ଅଣଦେଖାରେ କିଣେ
ଜୀବନ ହାଟର ସଉଦା
ପର ଆପଣାର ଚିହ୍ନଟ ଭିତରେ
ସମ୍ପର୍କ ରହେ ଅବୁଝା

ହୃଦୟର କଥା ବୁଝିବ କିଏ
ଆଖିରେତ ଅନ୍ଧପୁଟୁଳି
ଚକଚକ ଦୁନିଆ ମୋହରେ
ଚେହେରା ଯାଏ ବଦଳି

ଘୋଟିଆସେ ଚୌଦିଗ କରି ଅନ୍ଧାର
ପ୍ରତାରଣାର କଳା ବାଦଲ
ସଂପର୍କ ଡୋର ଏଠି ଯାଏ ହୁଗୁଳି
ଲଦିପଡେ ଦୁଃଖର ପାହାଡ

ଜମ୍ବେଶ୍ବରପୁର, ବାଲେଶ୍ବର

Post a Comment

0Comments
Post a Comment (0)