ଉତ୍ତାପର ଧନୁ ଧରି
ଅଂଶୁଘାତ ଶରେ ହନ୍ତସନ୍ତ ଜୀବେ
ମାଗନ୍ତି ଜଳ ଚିତ୍କାରୀ।
ଧରଣୀ ମୋ କାନ୍ଦେ, ବାୟୁ ହୁଏ ଶୁଷ୍କ
କ୍ରୋଧେ ଜନେ ଗରଗର
କହନ୍ତି ହେ ହିଂସ୍ର ଦାରୁଣ ନିଦାଘ
କାହିଁ କରୁ ଅବିଚାର ?
ବିନୟେ ନିଦାଘ କହେ ମୁଁ ନିର୍ଦ୍ଦୋଷ
ନିଷ୍ଠା କର୍ମ ମୋର ବ୍ରତ
ବାଣ୍ଟେ ମୁଁ ଆଲୋକ, ଶୋଷେ ମୁହିଁ ଜଳ-
ଭଲ ମନ୍ଦୁ ଅବିରତ।
ତାପ ବିଞ୍ଚି ମାରେ ଜୀବାଣୁ ଜଗତୁ
ପୋଡେ ଘାସ ଓ ବାଳୁଙ୍ଗା
ଶୋଷି ଜଳ ନଭୁ କରେ ମେଘ ବର୍ଷା
(ମୁଁ) ଚାଷୀ ପାଇଁ ଗୁପ୍ତ ଗଙ୍ଗା।
ଶିଖାଏ ଜୀବଙ୍କୁ ଜଳ ହିଁ ଜୀବନ
କରନା ଏହାକୁ ନଷ୍ଟ
ମୋତେ ଚିହ୍ନି ଜାଣି ଆଦର୍ଶ କରିଲେ
ସବୁ ଦୁଃଖ ହେବ ନଷ୍ଟ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

