ନମଃ ନମଃ ମାତ ଜଗତ କଲ୍ୟାଣୀ
ତାରିଣୀ ମା' ମହାମାୟୀ
ସୃଜଇ କିଞ୍ଚିତେ ତୋ ଗୁଣ କୀର୍ତ୍ତନ
ତୁମ୍ଭ ପାଦେ ଚିତ୍ତ ଧ୍ୟାୟୀ..
ଅଧମ ସନ୍ତାନ ନଜାଣଇ କିଛି
କଳ୍ପନା ଅନେକ ମନେ
ତୋ ପୁରାଣଗୀତା ଇତିହାସ କଥା
ଶୁଣିଛି ମା' ଯାହା କର୍ଣ୍ଣେ..
ଧୃଷ୍ଟତା କ୍ଷମିବୁ ଜନନୀ ହୃଦୟେ
ଶିଖାଇବୁ ହାତ ଧରି
କରୁଣା ସାଗର ଅଥଳ ଦରିଆ
କରିଦେବୁ ମାଆ ପାରି..
ଜଗତ ଜୀବନ କଲ୍ୟାଣ ନିମନ୍ତେ
ମାନବୀୟ ଲୀଳା କର
ଆଷାଢ ମାସରେ ଆଷାଢି ପରବ
ପାଳି ଶେଷ ଗୁରୁବାର..
ମଙ୍ଗଳ ପ୍ରଭାତୀ ଦୁଗ୍ଧ ଘୃତ ମଧୁ
ତ୍ରିବେଣୀ ସଲିଳ ନେଇ
ପବିତ୍ର ମାନସେ ଶ୍ରୀଅଙ୍ଗେ ତୋହର
ସ୍ନାହାନ କରୁ ଲୋ' ତୁହି..
କାଳୀ କପାଳିନୀ ମସ୍ତକ ମଣ୍ଡଣି
ଶ୍ରୀ ଚଣ୍ଡୀ ରୂପ ବିରାଜୀ
ଦୁର୍ଭାଗ୍ୟ ଦୁର୍ଦିନ ଦୁଃଖ ଅନଟନ
ନାଶକରୁ କାଳୀ ସାଜି..
ନିବୁଜ ମନ୍ଦିରେ ଉପବାସ କରୁ
ଏକମନ ଲୟ ଧରି
ଗୋଟିକ ଦେହୁରୀ ଗୋଟେ ଘଟୁଆରୀ
ପାଖେ ପାଖେ ଥା'ନ୍ତି ଘେରି..
ନିର୍ଜଳା ଉପାସେ ଦିବସ ବିତଇ
ସଞ୍ଜ ଆସେ ନଇଁ ନଇଁ
ପୂଜାରୀ ପୁଅ ତୋ ବ୍ୟାକୁଳ ହୃଦୟେ
ପହଡ ଖୋଲଇ ଯାଇ..
ଅନ୍ନାହାର ବିନୁ ସିନ୍ଦୁର ବଦନ
କ୍ଷୁଧାରେ ତାପିତ ରବି
ପୁନରାୟ ପୂତ କ୍ଷୀର ନୀର ସ୍ନାନେ
ଧୋଏ ତୋ ପୂଜାରୀ ଭାବି..
ସିନ୍ଦୁର ମନ୍ଦାର ନୂଆ ପାଟ ନେଇ
ସୁନା ବେଶ ଆଙ୍କେ ଅଙ୍ଗେ
ଭକତି ଆଞ୍ଜୁଳି ଭାବର ଦିପାଳୀ
ଜାଳିଦିଏ ନାନା ରଙ୍ଗେ..
ବାଜିଉଠେ ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନୀ
ମନ୍ଦିର ପ୍ରାଙ୍ଗଣ ଗର୍ଭ
ଜୟ ମା'ତାରିଣୀ ଜୟ ମା'ତାରିଣୀ
ତୁଣ୍ଡେ ଉଚାରିଣ ସର୍ବ..
ତୋର ସ୍ୱପ୍ନାଦେଶେ ପାଞ୍ଚପଡା ଦେଶେ
ଘେନନ୍ତି ତୋ ପୂଜା ଅର୍ଘ୍ଯ
ଆମଞ୍ଚ ହୋଇଣ ତୋର ପ୍ରାଙ୍ଗଣରେ
ଭେଟିଥା'ନ୍ତି ତୋର ଭୋଗ..
ଏପୂଣ୍ୟ ତିଥିରେ ତୋର ଦରଶନ
ଭାଗ୍ୟ ଥିଲେ ମାଆ ମିଳେ
ପଙ୍ଗୁ ଲଭେ ଅଙ୍ଗ ରୋଗୀଣା ଆରୋଗ୍ଯ
ଅପୁତ୍ରିକ ପୁତ୍ର ଖେଳେ..
ଭକ୍ତ ମନୋବାଞ୍ଛା ପୂର୍ଣ୍ଣ ହୁଏ ସର୍ବ
ଯୋଗୀ ତପୀ ଲଭେ ସିଦ୍ଧି
ବାଳୁତ ସନ୍ତାନ ତୋର ଦରଶନେ
ନବୋଦିତ ବିଦ୍ୟା ବୁଦ୍ଧି..
ଭକତ ଜନଙ୍କୁ ଦରଶନ ଦେଉ
ରାତ୍ର ଦଶଘଡି ଯାଏଁ
ସେତିକିରେ ତୋର କରୁଣା ସରେନା
ଆଖି ପୁଣି ଚେଇଁଥାଏ..
ନିଶାର୍ଦ୍ଧ ରଜନୀ ଛାତି ଚିରି ଦେଇ
ମୃଗରାଜ ତୋର ପାଶ
ପ୍ରଫୁଲ୍ଲ ବଦନେ ନୟନ ତୋଳେ ସେ
ଦେଖି ମନୋରମା ବେଶ..
ତୋ ହାତରୁ ନିଏ ଅର୍ଘ୍ଯ ଭୋଗଥାଳି
ମନ୍ଦିର ବେଢା ଭିତରେ
ମାଆ-ମମତାର ଅଫୁରନ୍ତ ଫଲ୍ଗୁ
ଭାସିଆସେ ଅନ୍ଧକାରେ..
ସ୍ନେହମୟୀ ମାଆ ରଜନୀ ଅନ୍ତରେ
ପଲକେ ବିରାମ ଦେଇ
ପୁନରାୟ ପ୍ରାତଃ ଭକତ ଭିଡରେ
ସାଜୁଛୁ ତାରିଣୀ ହୋଇ..
ଅକିଞ୍ଚନ ମୁହିଁ କିଛି ଜାଣେ ନାହିଁ
ତୋ ଗୁଣ କୀର୍ତ୍ତନ କଲି
ଅସାର ସଂସାରେ ନାମାମୃତ ଗାଇ
ଜନମ ଧନ୍ୟ ମଣିଲି..
ଦୋଷଥିଲେ ମାତା କ୍ଷମିବୁ ତୋ ଗୁଣେ
ବାଳୁତ ସନ୍ତାନ ମୁହିଁ
ଅଝଟିଆ ପୁତ୍ର କୁସୁମ ଆଞ୍ଜୁଳି
ଘେନ ମାଆ ମହାମାୟୀ..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
ସୃଜଇ କିଞ୍ଚିତେ ତୋ ଗୁଣ କୀର୍ତ୍ତନ
ତୁମ୍ଭ ପାଦେ ଚିତ୍ତ ଧ୍ୟାୟୀ..
ଅଧମ ସନ୍ତାନ ନଜାଣଇ କିଛି
କଳ୍ପନା ଅନେକ ମନେ
ତୋ ପୁରାଣଗୀତା ଇତିହାସ କଥା
ଶୁଣିଛି ମା' ଯାହା କର୍ଣ୍ଣେ..
ଧୃଷ୍ଟତା କ୍ଷମିବୁ ଜନନୀ ହୃଦୟେ
ଶିଖାଇବୁ ହାତ ଧରି
କରୁଣା ସାଗର ଅଥଳ ଦରିଆ
କରିଦେବୁ ମାଆ ପାରି..
ଜଗତ ଜୀବନ କଲ୍ୟାଣ ନିମନ୍ତେ
ମାନବୀୟ ଲୀଳା କର
ଆଷାଢ ମାସରେ ଆଷାଢି ପରବ
ପାଳି ଶେଷ ଗୁରୁବାର..
ମଙ୍ଗଳ ପ୍ରଭାତୀ ଦୁଗ୍ଧ ଘୃତ ମଧୁ
ତ୍ରିବେଣୀ ସଲିଳ ନେଇ
ପବିତ୍ର ମାନସେ ଶ୍ରୀଅଙ୍ଗେ ତୋହର
ସ୍ନାହାନ କରୁ ଲୋ' ତୁହି..
କାଳୀ କପାଳିନୀ ମସ୍ତକ ମଣ୍ଡଣି
ଶ୍ରୀ ଚଣ୍ଡୀ ରୂପ ବିରାଜୀ
ଦୁର୍ଭାଗ୍ୟ ଦୁର୍ଦିନ ଦୁଃଖ ଅନଟନ
ନାଶକରୁ କାଳୀ ସାଜି..
ନିବୁଜ ମନ୍ଦିରେ ଉପବାସ କରୁ
ଏକମନ ଲୟ ଧରି
ଗୋଟିକ ଦେହୁରୀ ଗୋଟେ ଘଟୁଆରୀ
ପାଖେ ପାଖେ ଥା'ନ୍ତି ଘେରି..
ନିର୍ଜଳା ଉପାସେ ଦିବସ ବିତଇ
ସଞ୍ଜ ଆସେ ନଇଁ ନଇଁ
ପୂଜାରୀ ପୁଅ ତୋ ବ୍ୟାକୁଳ ହୃଦୟେ
ପହଡ ଖୋଲଇ ଯାଇ..
ଅନ୍ନାହାର ବିନୁ ସିନ୍ଦୁର ବଦନ
କ୍ଷୁଧାରେ ତାପିତ ରବି
ପୁନରାୟ ପୂତ କ୍ଷୀର ନୀର ସ୍ନାନେ
ଧୋଏ ତୋ ପୂଜାରୀ ଭାବି..
ସିନ୍ଦୁର ମନ୍ଦାର ନୂଆ ପାଟ ନେଇ
ସୁନା ବେଶ ଆଙ୍କେ ଅଙ୍ଗେ
ଭକତି ଆଞ୍ଜୁଳି ଭାବର ଦିପାଳୀ
ଜାଳିଦିଏ ନାନା ରଙ୍ଗେ..
ବାଜିଉଠେ ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନୀ
ମନ୍ଦିର ପ୍ରାଙ୍ଗଣ ଗର୍ଭ
ଜୟ ମା'ତାରିଣୀ ଜୟ ମା'ତାରିଣୀ
ତୁଣ୍ଡେ ଉଚାରିଣ ସର୍ବ..
ତୋର ସ୍ୱପ୍ନାଦେଶେ ପାଞ୍ଚପଡା ଦେଶେ
ଘେନନ୍ତି ତୋ ପୂଜା ଅର୍ଘ୍ଯ
ଆମଞ୍ଚ ହୋଇଣ ତୋର ପ୍ରାଙ୍ଗଣରେ
ଭେଟିଥା'ନ୍ତି ତୋର ଭୋଗ..
ଏପୂଣ୍ୟ ତିଥିରେ ତୋର ଦରଶନ
ଭାଗ୍ୟ ଥିଲେ ମାଆ ମିଳେ
ପଙ୍ଗୁ ଲଭେ ଅଙ୍ଗ ରୋଗୀଣା ଆରୋଗ୍ଯ
ଅପୁତ୍ରିକ ପୁତ୍ର ଖେଳେ..
ଭକ୍ତ ମନୋବାଞ୍ଛା ପୂର୍ଣ୍ଣ ହୁଏ ସର୍ବ
ଯୋଗୀ ତପୀ ଲଭେ ସିଦ୍ଧି
ବାଳୁତ ସନ୍ତାନ ତୋର ଦରଶନେ
ନବୋଦିତ ବିଦ୍ୟା ବୁଦ୍ଧି..
ଭକତ ଜନଙ୍କୁ ଦରଶନ ଦେଉ
ରାତ୍ର ଦଶଘଡି ଯାଏଁ
ସେତିକିରେ ତୋର କରୁଣା ସରେନା
ଆଖି ପୁଣି ଚେଇଁଥାଏ..
ନିଶାର୍ଦ୍ଧ ରଜନୀ ଛାତି ଚିରି ଦେଇ
ମୃଗରାଜ ତୋର ପାଶ
ପ୍ରଫୁଲ୍ଲ ବଦନେ ନୟନ ତୋଳେ ସେ
ଦେଖି ମନୋରମା ବେଶ..
ତୋ ହାତରୁ ନିଏ ଅର୍ଘ୍ଯ ଭୋଗଥାଳି
ମନ୍ଦିର ବେଢା ଭିତରେ
ମାଆ-ମମତାର ଅଫୁରନ୍ତ ଫଲ୍ଗୁ
ଭାସିଆସେ ଅନ୍ଧକାରେ..
ସ୍ନେହମୟୀ ମାଆ ରଜନୀ ଅନ୍ତରେ
ପଲକେ ବିରାମ ଦେଇ
ପୁନରାୟ ପ୍ରାତଃ ଭକତ ଭିଡରେ
ସାଜୁଛୁ ତାରିଣୀ ହୋଇ..
ଅକିଞ୍ଚନ ମୁହିଁ କିଛି ଜାଣେ ନାହିଁ
ତୋ ଗୁଣ କୀର୍ତ୍ତନ କଲି
ଅସାର ସଂସାରେ ନାମାମୃତ ଗାଇ
ଜନମ ଧନ୍ୟ ମଣିଲି..
ଦୋଷଥିଲେ ମାତା କ୍ଷମିବୁ ତୋ ଗୁଣେ
ବାଳୁତ ସନ୍ତାନ ମୁହିଁ
ଅଝଟିଆ ପୁତ୍ର କୁସୁମ ଆଞ୍ଜୁଳି
ଘେନ ମାଆ ମହାମାୟୀ..
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.