ବେଦନା ବିଧୂର
         ମନ ତଳେ ବନ୍ଧୁ
           ଅତୀତ ପ୍ରତୀତ ‌ହୁଏ
ଆବେଗତା ଭରା     ଅନେକ ଇଚ୍ଛା
     ଅକୁହା କାହାଣୀ କହେ
ସେଦିନ ଯେମିତି ଶିହରୀ ଉଠିଲା
         ତୁମକୁ ଦେଖିଲି ଯେବେ  ।।
ଅଭୁଲା ସେନେହ
      ସୁଆଗ କିପାଇଁ
         ପଲକେ ପଲକେ ଯାଗେ
ସପନେ ସପନେ     ସେଇ ପ୍ରତିଛବି
     ଲଟକେଇ ହୁଏ ଆଗେ
ଅସ୍ପଷ୍ଟ ହେଲେବି ସେଇ ମୁହଁ ଘର
            ଦୁଆର ମୁହଁରେ ଦିଶେ  ।।
ଏଇ ମେଘଭରା
       ଆକାଶ ଆଙ୍କିଛି
           ସେଦିନ ର  ସେଇ ଚିତ୍ର
ତାରା ରାଇଜର     ପରୀ ପ୍ରାୟ ତୁମେ
     ମୋହି ନେଇଥିଲ ଚିତ୍ତ
ତୁମ ପ୍ରତିଶୃତି ପାଣିଗାର ସମ
           ଜାଣି ବି ସପନ ଦେଖେ  ।।
ପ୍ରତିଶୃତି,ପ୍ରତାରଣା 
        ବିଚ୍ଛେଦ ରେ
            ଦିନ, ରାତି ଜଳୁଥାଏ
ଅଗ୍ନି ଦଗ୍ଧିଭୁତ       ମାନସ ପଟଳେ
       ସେଇ ସ୍ମୃତି ଉଙ୍କି ମାରେ
ଜଂଜାଳ ଜାଳେ ବି ସାଇତି ରଖିଛି
            ଏ ଜୀବନ ଅସ୍ତରାଗେ  ।।