ଭାଇରେ ଆଜି ସୁଯୋଗ ମିଳିଛି
ଦେଖିଯିବା ଆସ
ଆମ ଚୁପୁଡାପଦା ରଥ
କେଉଁ ଯୁଗରୁ ବିରାଜିଛନ୍ତି
ଏକାଦଶହ ଶତାଦ୍ଦିରୁ ପୂଜାପାଉଛନ୍ତି
ଏତ ବହୁ ପୁରାତନ ଯାତ।
ଆସ ଦେଖିଯିବା ହୋ
ଆମ ଚୁପୁଡାପଦା ରଥ।

ବାଲେଶ୍ବର ଜିଲ୍ଲା ଶାସଂଗ ଗ୍ରାମ
ଅଟେ ଗୁପ୍ତ ଶ୍ରରିକ୍ଷେତ୍ର।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ଚତୁର୍ଦ୍ଧା ମୂରତି ବିଜେହୋଇଛନ୍ତି
ଷୋଡଶ ଉପଚାରେ ପୂଜାପାଉଛନ୍ତି
ଦେଖି ପବିତ୍ର ହେଲା ମୋ ନେତ୍ର ।
ଆସ ଦେଖିଯିବା ହୋ
ଆମ ଚୁପୁଡାପଦା ରଥ।

ଏକ ରଥରେ ବିଜେ ଜଗନ୍ନାଥ
ଭାଇ, ଭଉଣୀ ସଖା ସହିତ
ବଡ ବିଚିତ୍ର ଏ ଯାତ ।
ଆସ ଦେଖିଯିବା ହୋ
ଆମ ଚୁପୁଡାପଦା ରଥ।

ଡାହୁକ ହୁଙ୍କାର ଜଗାକୁ ନେଇ
ଟିପଣୀ ଅନେକ ଦିଏ ସେ କହି
କେତେ ଥଟ୍ଟା ମଜା କରେ
ଭକତ ଡାକରେ ଜଗା ଗାଦିଛାଡି
ରଥରେ  ହୁଏ ହାଜିର।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।


ମିଛକୁ କିଆଁ ଏତେ ଥାଟ
ଜଗା ବିନା ଯେ ଜଗତ ଅନ୍ଧାର
ତା ସହ ପାରିଛି ସାଜି କେ ବାଦ।
ଆସ ଦେଖି ଯିବା ହୋ
ଆମ ଚୁପୁଡାପଦା ରଥ।

ସାରଥି  ରଥକୁ  ଭିଡେ
ଜଗା ବସି ହସୁଥାଏ
ଭକତ ଜନଙ୍କୁ
ଦରଶନ ମାତ୍ରକେ
କରୁଣା ସେ ଢାଳିଦିଏ ।
ଆସ ଦେଖି ଯିବା ହୋ
ଆମ ଚୁପୁଡାପଦା ରଥ।

କାଳିଆର ଏ ପ୍ରୀୟ କ୍ଷେତ୍ର
ଜଗାର ଝରେ ଆଶିଷ
ଭକତଙ୍କ ପାଇଁ ଖୋଲା ତା ଦୁଆର
ଦରଶନ ମାତ୍ରକେ ପୁରେ ମନୋରଥ
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ଗଡି ଗଡି ଚାଲେ ଦାଣ୍ଡେ
ଅଟକି ରୂହେ ସେ ଦଣ୍ଡେ
ମାଉସୀ ମାକୁ ଦରଶନ କରି
ରଥେ ହୁଏ ପୁଣି ବିଜେ।
ଆସ ଦେଖି ଯିବା ହୋ
ଆମ ଚୁପୁଡାପଦା ରଥ।

ଭକତଙ୍କ ହୁଳହୁଳି
ଜଗାର ମୁକୁତା ମଣି
ପୁଣିସେ ହରସେ
ଢାଳି ଆଶିଷ
ଆଗକୁ ମାଡି ଗଲାଣି ।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ସନ୍ଧ୍ୟା ପରେ ଚାଲେ ରଥ
ଜଗତ ଠାରୁ ବିଚିତ୍ର
କେଉଁ କାଳରୁ ଚାଲିଛିଏ ପ୍ରଥା
ନାହିଁ ତାର ଆଦିଅନ୍ତ।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ମିଳେ ସାରାଜନମର ପୂଣ୍ୟ
ଜଗାକୁ କରି ଦରଶନ
ଦିନ ସାରା ଶ୍ରମ ଅଜାଡି
ରାତିରେ ଜଗାରଥ ଟାଣ ।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ଚୁଡା କୁ ଉଖୁଡା
ଲଡୁ ସହ ଖଣ୍ଡ ନଡିଆ
ରଥରୁ ଝରୁ ଥାଏ
ଶହ ଶହ ହାତ ଉଠିଯାଏ
ପ୍ରସାଦ ପାଇଁକି
ଲଭେ ଯେ ଆନନ୍ଦ ପାଏ।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ଲଭି ଜଗା ଆଶିଷ
ଭକତ ମନ ହରସ
ବରଷକ ଥରେ
ବଡ ଦାଣ୍ଡେ ଦଖି
ପୁରେ ତା ମନରଥ ।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

କିମ୍ବଦନ୍ତି କହେ ଏତ
ଗୁପ୍ତ ଶୀରିକ୍ଷେତ୍ର
ବାଙ୍କି ମୂହାଣବି ଅଛି ଏଠି
ଆନ ନାମେ ବିଦିତ ।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

କଳା ପାହାଡର ହୁଙ୍କାର
ଏଠି ଆଖି ଦେଖିଛି
ବହୁ ଦେବା ଦେବୀଙ୍କ
ମୂରତି ଭଗ୍ନାବଶେଷ ସବୁ
ଏଠି ସେଠି  ମିଳିଛି।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।


ଧିରେ ଧିରେ ସବୁ ଜଣା ପଡୁଛି
ଉପକୂଳ ଶାସଂଗ ଗ୍ରାମ
ଆଜି ଧନ୍ୟ ହୋଇଛି।
ଆସ ଦେଖି ଯିବା ହୋ
ଆମ ଚୁପୁଡା ପଦା ରଥ।

ଏତୁଣ୍ଡୁ ସେତୁଣ୍ଡୁ କଥା ଶୁଣି
ଲାଗେ ବଡ ବିଚିତ୍ର।
ଆସ ଦେଖିଯିବା ହୋ
ଆମ ଚୁପୁଡାପଦା ରଥ।

ସୁଧାକର ସେଠୀ
ବାଲେଶ୍ବର