ଜୀବେ ଦୟା ସହ ଅହିଂସା ଅଟଇ
ମାନବର ମହା ଧର୍ମ,
ବୁଦ୍ଧ ଭଗବାନ ଗାନ୍ଧୀ ଗରୀୟାନ
ପୂଜ୍ୟ ଅଟେ ତାଙ୍କ କର୍ମ ।

ହିଂସା ବଢୁଅଛି ନାରୀ ଜଳୁଅଛି
କାମନାର କାପୁରୁଷେ,
ସୁନ୍ଦର ଚାହାଁଣୀ କଦର୍ଯ୍ଯ କାହାଣୀ
ଚଳୁଅଛି ଗାନ୍ଧୀଦେଶେ ।

ହେ ବିଶ୍ୱ ସନ୍ତାନ ଅନ୍ୟାୟ ଦଳନ
ସତ୍ୟ ଓ ଅହିଂସା ଅସ୍ତ୍ରେ,
କପଡା ଖଦଡି ଅଣ୍ଟେ ଭିଡି ଘଡି
ନଙ୍ଗା ଫକୀରର ବସ୍ତ୍ରେ ।

ଭାରତର ନେତ ବିଶ୍ୱେ ସୁବିଦିତ
ପାଇ ତୁମ ପରି ସୁତ,
ଗଙ୍ଗା ଗୋଦାବରୀ ନଦୀ ନାଳ ଗିରି
ପୟ କରେ ତୁମ ଧୌତ ।

ବଙ୍କିଆ, ମୁର୍ଷୁଣ୍ଢି, ବୀ.ମା.ପୁର, ସୋନପୁର