ଆସ ଚାଷ କରିବା
ଖରା ତେଜେ ସିଝିବାବରଷାରେ ଭିଜି ଭିଜି
ହାଡଫଟା ଶୀତେ ମଜ୍ଜି
ମାଟି ସଙ୍ଗେ ମାଟି ହୋଇ
ରକତକୁ ପାଣି କରି
ଜୀବନକୁ ଭୁଲିବା
ଆସ ଚାଷ କରିବା ।
ଚାଷ କରେ ଯିଏରେ
କେତେ ସୁଖୀ ସିଏରେ
ପାଣି କାଦୁଅରେ ପଶି
କାମ କରେ ହସି ହସି
ପଖାଳକୁ ଲୁଣ ଲଙ୍କା
ତାର ଚିର ସାଥୀରେ ।
ଚାଷ ଅଛି ଯାହାର
କି ଆନନ୍ଦ ତାହାର
ପିନ୍ଧେ ନିତି ଚିରା ଲୁଗା
ଶିଶୁ ତାର ଚିର ରୋଗା
ଖାଇବାକୁ ପେଟପୁରା
ପାଏନାହିଁ ଆହାର
ପଢି ମରୁଡି ମଡକ
ଚିର ସାଥୀ ତାହାର
ସିଏ ସିନା ଦୁନିଆଁକୁ
ଯୋଗାଉଛି ଆହାର ।
ଆସ ଚାଷ କରିବା
ଦିନରାତି ଖଟିବା
ଅଭାବକୁ ଢାଙ୍କିବାକୁ
କରଜରେ ବୁଡିବା
ଋଣ ବୋଝ ବଢିଗଲେ
ବିଷ ପିଇ ମରିବା
ଆସ ଚାଷ କରିବା ।
Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ,ତେଲକୋଇ,କେନ୍ଦୁଝର
Content Category:
Submission Date: Jun 16, 2019

