ସମୟ - ମହେଶ୍ୱର ଦାଶ

0


ସମୟର ସ୍ରୋତ ବହେ ଅବିରତ 
ନୁହେଁ ସେ ଅପେକ୍ଷାରତ
ନ ପାରିଲେ ଚାଳି ଜୀବନ ତା ସାଥେ
ହେବାକୁ ପଡେ ଅନୁତପ୍ତ
ସମୟର ମୂଲ୍ୟ ବୁଝିଲେ ଜୀବନେ
ସଫଳତା ଚୁମେ ପାଦ
ନ ବୁଝି ପାରିଲେ ମୂଲ୍ୟ ଟି ତାହାର
ଜୀବନେ ଭରେ ଅବସାଦ
ସମୟ ଅଟଇ ବଡ ବଳବାନ
ତା ସମ୍ମୁଖେ ସର୍ବେ ହୀନ
ନିମିଷକେ କରେ ଚୁର୍ଣ ଅଭିମାନ
ଲୁଟିନିଏ ଧନ ଜନ ଯଉବନ
ସମୟର ବେଗ ଲାଗେ ପ୍ରଖର
ସୁଖେ ବିତୁଥିଲେ ଦିନ
ବେଗଟି ତାହାର ଲାଗେ ମନ୍ଥର
ଦୁଃଖେ କଟୁଥିଲେ ଜୀବନ

Writer's Details: ମହେଶ୍ୱର ଦାଶ
ନରସିଂହପୁର ଶାସନ, କେନ୍ଦୁଝର
Content Category:
Submission Date: May 21, 2019

Post a Comment

0Comments
Post a Comment (0)