
ବିନିମୟେ ମୃତ୍ୟୁ ଦଣ୍ଡ
ସୁଝି ନପାରିଣ ଚାଷୀ ଆତ୍ମହତ୍ୟା
କଟିଗଲା କହା ମୁଣ୍ଡ ।
ରଣ ପାଇଁ ଚାଲେ ଲାଞ୍ଚ ଦିଆ ନିଆ
କର୍ତ୍ତବ୍ୟରେ ମଧ୍ୟ ହେଳା
ଗରିବ ଲୋକଙ୍କୁ ନିରାଶ କରନ୍ତି
ବୁଡିଗଲା ତାଙ୍କ ଭେଳା ।
ଆବଶ୍ୟକତାଠୁ ଅତ୍ୟଧିକ ରଣ
ସଭିଙ୍କୁ ଗ୍ରାସ କରଛି।
ଲୋଭର ବିଷଟା ଏତେ ମାରାତ୍ମକ
କାହା ଜୀବନ ଯାଉଛି ।
ସୁଝି ନପାରି କଲେ ଆତ୍ମହତ୍ୟା
ରଣ ନଛାଡେ ପିଛା
ଯମପୁରେ ଦଣ୍ଡ ସେମାନେ ଭୋଗନ୍ତି
ମରିବାଟା ଶେଷ ଇଛା ।
ରଣ କରି ଆମେ ଆମ ହିସାବରେ
ସୁଝିବା ରଣକୁ ନେଇ
ଆମ ସରକାରୀ ଯୋଜନା ବହୁତ
ଲାଭ ନେବା ଆମେ ଭାଇ ।
ରଣ ଦିଆ ନିଆ କଲେ ସମୟରେ
ରଣରୁ ମୁକତି ମିଳେ
ରଣ ଅର୍ଥ ଭଲ କାମରେ ଲାଗିଲେ
ଭୟ ନଥିବ ଭଲେ ।
ବଳରାମ ତରାଇ, ଖୋର୍ଦ୍ଧା, ଜିଲ୍ଲା
ମୋ - 9937014646
