ହେ ଚୈ।ରାଗ୍ରଗନ୍ୟ ପୁରୁଷ ନମାମି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ଶିଖୀଖଣ୍ଡ  ଶିଖ ବ୍ରଜରାଜ ସୁତ
          କାନ୍ତି ନବଜଳଧର  ନିନ୍ଦିତ  ହେ
ଶୁଭ୍ର ଶଶାଙ୍କ   ଦଳିତ   ବିଧୁମୁଖ
ଚାରୁ   ମନ୍ଦହାସ   ସୁର ବନ୍ଦିତ ହେ  ।।
ଚୁର୍ଣ୍ଣ  କୁନ୍ତଳ  ମସ୍ତକେ ବିଶୋଭିତ
    ରସ  ସେଖର ନାଗର ଖଞ୍ଜନେତ୍ର
ଶ୍ୟାମ  ସୁନ୍ଦର ମନ୍ଦର ଧାରଣ ହେ
ବ୍ରଜ  ବସନ୍ତ  ମଳୟ  ମରୁତ ହେ  ।।
ଗଳେ  ବନମାଳ  ମଣି ମରକତ
  ଗୁଞ୍ଜ ମାଳ  କଉସ୍ତୁଭ  ହୃଦ  ପଦ୍ମେ
ବେଣୁକରେ ତା କଙ୍କଣ ବିରାଜିତ    
କୋଟି ମାର ଜିଣି ଦିଶେ ନନ୍ଦସୁତ  ।।
ଅଙ୍ଗେ ପାଟ  ପୀତାମ୍ବରି ଦିବ୍ୟ ବସ୍ତ୍ର
       ରତ୍ନ ମେଖଳା ଖଚିତ କଟିପଟ
ପଦେ ନୂପୁର ତ୍ରୀଭଙ୍ଗି ଛନ୍ଦାପଦ
କୋଟି ଭାନୁ ଜ୍ଵୋତି ଜ୍ଵୋଳେ ନନ୍ଦସୁତ  ।।
କଦମ୍ବ ମୂଳିଆ ନବ ନଟବର
    ଗୋପୀକା ଦୁକୁଳ ନବନୀତ ଚୋର
ଅଶେଷ ଜନ୍ମାର୍ଜିତ  ପାପ ଚୈ।ର ହେ
ହେ ଚୈ।ରାଗ୍ରଗଣ୍ୟ ପୁରୁଷ ନମାମି  ।।

Post a Comment

0Comments
Post a Comment (0)