ରକ୍ଷାକର ମହାବାହୁ - ସୁଧାକର ସେଠୀ

0
ଜଗତ କରତା ଚକା ଆଖି
ବସିଛ କିଆଁ ମଉନେ
ଉତ୍କଳ କଟକ ଘୋର ବିପଦରେ
ପଡୁନାହିଁ କି କାନେ

ମାଡି ଆସୁଛି ମହାବାତ୍ୟା ଏକ
ଦିଶୁ ନାହିଁ କିଛି ବୁଦ୍ଧି
ତୋ ଭକତ କାନ୍ଦୁଛି ବିକଳେ
ଖୁସିତା ଯାଇଛି ହଜି

ତୋ ଉତ୍କଳକୁ ତୁ ରକ୍ଷାକର
ମଣିଷ ଛାର ମାତର
ଏ କୁଟ କପଟ କିଏବା ବୁଝିବ
ତୁ ଯେ ମାୟାଧର

ଛୋଟ ମୁଣ୍ଡରେ ଛୋଟ ମତି
ବୁଝି ପାରୁନାହିଁ କିଛି
ଏ ଘୋର ବିପଦୁ ରକ୍ଷାକର ତୁହି
ଭାବିଲେ ଉଡୁଛି ଫକାଶି।
😭😭😭😭😭
ଜମ୍ବେଶ୍ବରପୁର, ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)