
ଶ୍ରମିକ ଟିଏ ମୁଁ ଶ୍ରମିକ ଟିଏ
ଦୁଃଖ ଧରିଛି ଜାବୁଡିଦେହରେ ଝାଲ ଯାଉଚି ଶୁଖି
ଲୁଣ ପ୍ରଲେପ ହୋଇଛି ମାଖି
ଶରିର ସାରା କାଦୁଅ ପାଣି
ଅସ୍ତି ପଞ୍ଜରା ହେଉଛି ଗଣି
ହସ ଫୁଟାଇ ସଭିଙ୍କ ମୁଖେ
ଶ୍ରମ ଦିଏ ମୁଁ ଅଜାଡି... 1
କୋଦାଳ ଝୁଡି ସାହାରା କରି
ମୁଣ୍ଡର ଝାଳ ତୁଣ୍ଡରେ ମାରି
ଶ୍ରମ କୁ କରି ନିଜ ବେଉଷା
ଶେଜ ଛାଡ଼ଇ ଫଟାଇ ଉଷା
କର୍ମଠ ଆଗେ ସୂରୁଜ ଦେବ
ଆଳସ୍ୟ ଦେଲେ ଫୋପାଡି.... 2
ଆହାର ମୋର ଶାଗ ପଖାଳ
ବସଟି ନଡ଼ା ଛପର ଚାଳ
ପ୍ରକୃତି ସୁଖ ନିଏ ଓଗାଳି
ଚନ୍ଦ୍ର ସୂରୁଜ କରନ୍ତି କେଳି
ମହୁଆ ଜାଡେ ଶିରାଳ ଦେହ
କତରା ଧାରେ କାମୁଡି..... 3
ପୁଙ୍ଗୁଳା ଦେହ ନୁଖୁରା ବାଳ
ଅଭାବେ ସଦା କରୁଛି କାଳ
ବାଧକ ଶିଶୁ କାଖରେ ଧରି
ଘରଣୀ ତାର ସୁଖ ସୁମରି
ଲୋତକ ଢ଼ାଳି ଠାକୁର ପାଶେ
ମୁଣ୍ଡ ଦିଅଇ କଚାଡି..... 4
ପଢିନି ପାଠ ସି ଅକ୍ଷର
ସାହୁକାର ର ହୁଏ ଶୀକାର
ସୁଖ ତା ପାଇଁ ସଦା ମାହାଙ୍ଗା
ଚଳାଇ ନିଏ ସଂସାର ଡଙ୍ଗା
ମନୋ ବଳ କୁ ଦୃଢତା କରି
ଦୁଃଖ ଦେଇଚି ଫୋପାଡି... 5
ଗୋଟିଏ କଥା ଜାଣିଛି ସିଏ
ଶ୍ରମ କରିଲେ ମଜୁରୀ ପାଏ
ସଭିଙ୍କ ମୁଖେ ଫୁଟାଇ ହସ
ଛାଡ଼ିବ ଦିନେ ଶେଷ ନିଶ୍ଵାସ
ଏ ମାଟି କୋଳେ ବିଲୀନ ହେବ
ମାଟିକୁ ଦାନ୍ତେ କାମୁଡି....... 6
Writer's Details: କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ, ମୋ 9861889305 Content Category:
Submission Date: May 02, 2019
