ତୋ ବିନା - ସନ୍ତୋଷ ପଟ୍ଟନାୟକ

0
ଶୀତଯାଇ ଯେବେ ବସନ୍ତ ଆଇଲା 
    କୋଇଲିର କୁହୁତାନେ 
ବଉଳର ବାସେ ଜଗତ ବାସିଲା 
    ପ୍ରତି କୋଣ ଅନୁକୋଣେ 

ବସନ୍ତ ମଳୟେ ବିଦୀର୍ଣ୍ଣ ହୃଦୟେ 
    ଉନ୍ମାଦନା ମନ ପ୍ରାଣେ 
ନିଜ ନିର୍ଜନତା ହୃଦେ ଆକୁଳତା 
     ପ୍ରତି କ୍ଷଣେ ଅନୁକ୍ଷଣେ

ଦୂରରେ ରହିଛି ଶରୀର ଅଥଚ 
    ମନଝୁରେ  ତୋ'ପ୍ରେମ
କି' ରହସ୍ୟ ଅଛି ତୋହରି ଛୁଆଁରେ 
      ଆନମନା କ୍ଷଣ କ୍ଷଣ

ଭୁଲିଯିବି ବୋଲି କହିଦେଲି ସିନା 
    ଭୁଲି ପାରୁନାହିଁ ଏବେ
କ୍ଷଣିକ ଜୀବନେ ଅସଂଖ୍ୟ ସପନ 
    ଝୁଣ୍ଟେ ଖାଲି ପାଦେ ପାଦେ

Post a Comment

0Comments
Post a Comment (0)