
ରୂପ ସମ୍ଭାର. ରହିଚି ପୁରି
ନୀଳ ଆକାଶ ଓଢ଼ଣୀ....
ତାହାର ପାଣି. ତାର ପବନ
ସଭିଙ୍କୁ ଦିଏ. ନୂଆ ଜୀବନ
ଜନମ ଠାରୁ. ମରଣ ଯାଏଁ
ଚଳାଏ ଜୀବ ତରଣୀ.......
ତାହାରି ମାଟି. ସଭିଙ୍କ ମାଆ
ଜୀବ ଜନ୍ତୁ ଙ୍କୁ. ଯୋଗାଏ ରାହା
ସଭିଙ୍କ ଅଳି. ଅର୍ଦ୍ଦଳି ସହେ
କାହାକୁ କିଛି କହେନି........
ତାହାର ବଣ. ଗୋଧୂଳି ଉଷା
କବିଙ୍କ ମୁଖେ ଫୁଟାଇ ଭାଷା
ବସନ୍ତ ହେଲେ କୋଇଲି ଗାଏ
ମେଘ ମଲାର ରlଗୀଣି......
ଗଗନେ ଦିବା. ସୁନେଲି ରବି
ଯାମିନୀ ଇନ୍ଦୁ ତରକା ଛବି
ଶୁଭ୍ର ଜୋଛନା. ଶୀତଳ ସ୍ପର୍ଶ
ମନକୁ ନିଅଇ କିଣି........
ମହୋଦଧି ରେ. ଗଗନ ଆଭା
ପୁନିଆ ରାତି. ଶଶାଙ୍କ ଶୋଭା
ଦେଖିଲେ ନେତ୍ର. ହୁଅଇ ତୃପ୍ତି
ମନ ରୁ ଭୂଲି ହୁଏନି......
ଜନ ବସତି. ର କୋଳାହଳ
ଜୀବ ଜନ୍ତୁ ଙ୍କ. ମଧୁର ରୋଳ
ଯାନ ବାହାନ. ଶବଦ ତାଳେ
ଧାଉଁଚି ଖରେ ତଟିନୀ..........
କିଏ ସେ ସେହି. ସ୍ରୁଷ୍ଟି ର କର୍ତ୍ତା
କାହାକୁ. କିଛି ଦେଇନି ବାର୍ତ୍ତା
ମନକୁ ଜାଣି. ଗଢଇ ନିତି
କିଏ ବି ତାଙ୍କୁ ଦେଖିନି......
(22-4-2019 ଧରତ୍ରି ଦିବସ ପାଇଁ ସମର୍ପିତ)
Writer's Details: କୁମୁଦ ଚନ୍ଦ୍ର ଦଳେଇ, ପୋଲସରା , ଗଞ୍ଜାମ
Content Category:
Submission Date: Apr 21, 2019
