
ମନ ଉପବନେ ତମ ସ୍ମୃତି ପକ୍ଷୀ
ଝୁରି ଝୁରି ଆନମନା ତମେତ ନେଇଛ ଫଗୁଣ କୁ ଡାକି
ବସନ୍ତ ଯେ ବାସହିନା l
ସପନ ମୋ ସିନା ସଫା ସଫା ଲାଗେ
ଆଖିତଳ ଓଦାଓଦା
ସବୁ ସକାଳ ତୋ ଭାବନା ରେ ବିତେ
ଲୁହ ଲେଖେ ସ୍ମୃତି ସନ୍ଧ୍ୟା l
ଭିଜୁଛି ହଜୁଛି ଜଳୁଛି ଡାକୁଛି
ଏଇ ମୋ ଟିକି ହୃଦୟ
ଅଧୀର ଆବେଗ ଅଧୁରା ପ୍ରଣୟ
ଝୁରି ମରେ ସେ ସମୟ l
କାଠ କି ପଥର ଶିଳା କି ପ୍ରତିମା
ନୁହେଁ ମୁଁ ଗୋଟେ ମଣିଷ
ବିଚ୍ଛେଦ ତୁମର କେମିତି ସହିବି
ଆହତ ମୋ ଅଭିଳାଷ l
ମହମବତୀ ର ମୋହର ଲଗାଇ
ଜଳୁଛି ଖୁସିରେ ସିନା
ନିଜର ଲୁହରେ ନିଜକୁ ଆଦରି
ଶିଖେ ଜୀଇଁବା ବାହାନା l
ତମ ମିଠାମିଠା ସ୍ମୃତିନେଇ ଯେବେ
ଗାଏ ମୁଁ ଜୀବନ ଗୀତ
ବେସୁରା ବଂଶୀର ସପ୍ତରାଗ ସୁରେ
ସଙ୍ଗୀତ ମୋ ପ୍ରତ୍ୟାଖିତ l
Writer's Details: ସୌମ୍ୟ ରଞ୍ଜନ ଦାଶ, ବଲାଙ୍ଗୀର
Content Category:
Submission Date: Apr 25, 2019
