ତୁମ ପ୍ରେମରେ - ଶିବ ଚରଣ ମହାପାତ୍ର

0

ଅଳପ ବୟସେ ଏତେ ପ୍ରେମ ଦେଲ
କେଉଁଠି ରଖିବି କୁହ
ଆୟୁଷ ବୁଝୁନି ସମ୍ପର୍କ ର ମୂଲ୍ୟ
ତୁଟାଏ ମନରୁ ମୋହ...

ହାତ ଧରି କହେ ବୟସ କୁ ମୁହିଁ 
ଥରୁଟେ ସେଇଠି ରୁହ
ଅଭିମାନୀ କାଳ ଝାଡେ ତୀକ୍ଷ୍ଣ ସ୍ୱର
ପିଇଯା ଆଖିର ଲୁହ...

ମୁଁ ନୁହେଁ କାହାର କେନୁହେଁ ମୋହର
ମୁହିଁ ସର୍ବ ବଳୀୟାନ
ଦି ଦିନ କୁଣିଆ  ଜୀବନ ଟି ତୋର
ତଥାପି ଉଡାଉ ମନ...

ଭାଙ୍ଗି ପଡେ ଇଛା ସମୟ ଆଗରେ
ପଡି ଉଠି ପୁଣି ଚାଲେ
ସବୁ ସ୍ୱପ୍ନ ମୋର ଭ୍ରମର ପରାୟେ 
ଉଡନ୍ତି ପ୍ରେରଣା ଫୁଲେ...

ସାଉଣ୍ଟି ଧରୁଛି ପ୍ରେମର କଣିକା
ତୁମ ପାଦ ଚିହ୍ନ ଯାଏଁ
କେତେ ଯେ ବୁଣିଛ ଅସରନ୍ତି ସ୍ନେହ
ସଞ୍ଚି ପାରୁନି ମୁଁ ହାଏ...

ଅଳପ ନିଦରେ ଏତେ ସ୍ୱପ୍ନ ଦେଲ
କେମିତି ଶୋଇବି କୁହ
ଜାଗ୍ରତେ-ସପନେ ତୁମେ ଆସ ନିତି
ହେଲେ
ଥରୁଟେ କେବେ ନଛୁଅଁ ...

ଶିବ ଚରଣ ମହାପାତ୍ର 
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)