ସ୍ବାର୍ଥପର ମଣିଷ ମୁଁ - ସୁନୀଲ କୁମାର ବେହେରା

0
ସ୍ଵାର୍ଥପର ମଣିଷ ମୁଁ
ସ୍ଵାର୍ଥପର ମଣିଷ
ଅହଂକାରୀ ନର ମୁହିଁ
ଦିଅ ମୋତେ ଆଶିଷ।।୧।।

ଭଲମନ୍ଦ ସବୁଥିରେ
ନାହିଁ ମୋର ବିଚାର
ମୁଁ ବୋଲି ଶବ୍ଦଟିରେ
ବିସ୍ତାର ମୋ ସଂସାର।।୨।।

ବିବେକ ମୋ ମରିଅଛି
କରେ ନା ସୁବିଚାର
ଭଲଲାଗେ ମିଛସତ
ଚୁଗୁଲିର ଆସର।।୩।।

ଗରବ ତ ଲାଗୁଥାଏ
କଳି ହେଲେ କାହାର
ମୁଁ ଗର୍ବୀ ଅହଂକାରୀ
ମଜା ନିଏ ତାହାର।।୪।।

କ୍ରୋଧ ମୋର ବନ୍ଧୁ ଅଟେ
ଶତୃ ମୁଁହି ସତ୍ୟର
ଦୟା ମୋର ବାକ୍ୟେ ନାହିଁ
କ୍ଷମା ତଳେ କବର।।୫।।

ସ୍ଵାର୍ଥପର ମଣିଷ ମୁଁ
ସ୍ଵାର୍ଥପର ମଣିଷ
ଚଲାପଥେ କଣ୍ଟା ଫୁଟୁ
ଦିଅଁ ଦିଅ ଆଶିଷ।।୬।।

ସୁନୀଲ କୁମାର ବେହେରା (ଶିକ୍ଷକ)

Post a Comment

0Comments
Post a Comment (0)