
ମନେ ପଡେ ପିଲାଦିନ
ସଂଜ ନଇଁ ଗଲା ପରେତାରାର ଓଢ଼ଣୀ ତଳେ
ଚିକ୍ ମିକ୍ କରୁଥାଏ
ତୁମ ସୁନା ମୁହଁ ।
ଜହ୍ନର ବଗିଚା ତଳେ
ହସ ଗାଲିଚାରେ ବସି
କଥାର ଅସରନ୍ତି ପେଡି
ତମେ ଖୋଲୁଥାଅ ।
ଜୀବନର ଆଦି ଅନ୍ତ
ମୋର ସୂକ୍ଷ୍ମ ଚେତନାରେ
ସତେ ଆଙ୍କୁଥାଅ ।
ପୁଣି କେବେ ---
ଶୁନ୍ ଶାନ୍ ଖରାବେଳେ
ମେଘର ମହ୍ଲାର ତୋଳି
ଅକାଶରେ ତୋଳୁଥାଅ
ଜୀବନର ନକ୍ସା ।
ତମେ ନାହଁ ବାପା ଆଜି
ସବୁ ଲାଗେ ଫିକା ଫିକା
ସତେକି ନେଇଛ ଲୁଟି
ତୁମ ସହ ଯେତେ ମୋର
ରଙ୍ଗ ଓ ତୂଳୀକା ।
Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Apr 30, 2019
