ହେ'ଭାଗ୍ୟ ବିଧାତା ତୁମ୍ଭରି ସଦିଚ୍ଛା
ଜନ୍ମି ଥିଲି ଶୁଭ ଦିନେ ,
ମହା ବିଷୁବର ଏ'ଶୁଭ ଅବସର
ଉଦ୍ଭାସିତ ମୋ'ର ମନେ ! !
ସୌଭାଗ୍ୟ ବିଜୟ ତୁମ୍ଭରି ସ୍ଵୀକୃତ
ଦିଅହେ ' ଆଶିଷ ପ୍ରଭୁ ,
ମୁଁ 'ତୁମ ରଞ୍ଜନ ପ୍ରୀତିର ଅଞ୍ଜନ
ସାଉଁଟିବି ସୁଖ ସଵୁ ! !
ପିଲା ପରିବାର ମୋ' ସୁଖ ସଂସାର
କାଞ୍ଚନ ମୋ' ଧର୍ମପତ୍ନୀ ,
କୁଳର ଗାରିମା ମୋ' ପ୍ରିତୀ ଚନ୍ଦ୍ରମା
ଦୁଃଖସୁଖ ବିଳାସିନୀ ! !
ଦୀପ୍ତିମୟୀ ରେଶ୍ମା ମୋ'ର ସୁନା କନ୍ୟା
ବବୁଲ ରତନ ଧନ ,
ଟିକିବସା ମୋ'ର ହସୁଛି ସର୍ଵଦା
ସୁଝି ପାରିବିନି ଋଣ ! !
ମାଆ ମାହେଶ୍ବରୀ ଆଶା ଅସୁମାରୀ
ସଦୟ ହୋଇବ ସଦା ,
କର୍ମ ଜଞ୍ଜାଳରେ ଅଛି ମୁଁ' ସଂସାରେ
ସମର୍ପୁଛି ସ୍ନେହଁ ଶ୍ରଦ୍ଧା ! !
ହେ'ମାଆ ହିଙ୍ଗୁଳା କରୁଛି ପ୍ରାର୍ଥନା
କର୍ମକ୍ଷେତ୍ର ଅଧିଷ୍ଠିତା
ସର୍ବ କୁଶଳରେ ଅଛିତୋ' କ୍ଷେତ୍ରରେ
ସହାୟ ହୋଇବୁ ମାତା ! !
ଛୟାଳିଶତମ ଏ' ଶୁଭ ଜନ୍ମ ଦିନ
ପାଳୁଛି ଉଲ୍ଲାସେ ଆଜି ,
ପବିତ୍ର ଦିବସେ ଶୁଭ ଅବକାଶେ
ଖୋଲିଛିତ ନୂଆ ପାଞ୍ଜି ! !
ସୁଖ ସମୃଦ୍ଧିର ଏ'ନୂଆ ବରଷ
ଉତ୍କଳୀମା' ବିମଣ୍ଡିତ ,
ପ୍ରଭୁ ହନୁମାନ ପ୍ରଭୁ ଦାମୋଦର
ଧରାବତରଣ ମିତ ! !
ଏମିତି ସୌଭାଗ୍ୟ ପାଇଛି ନିଶ୍ଚୟ
ଜନ୍ମିଥିଲି ବିଷୁବରେ ,
ସ୍ମୃତିର ସ୍ମରଣ ଝଟକୁଛି ପୁଣ
ମାଆ ମୋ'ର ସରଗରେ ! !
ଜଗତର ନାଥ ହୁଅ ହେ' ସଦୟ
ତୁମ୍ଭରି ଆଶ୍ରିତ ଆମ୍ଭେ ,
ଛତ୍ରଛାୟା ତଳେ ରଖିଥା କୁଶଳେ
ଢାଳୁଛୁ ପ୍ରଣତୀ ସର୍ବେ ! !
- - - - - - - - - - - - - - - - - - - - -
ସଦାନନ୍ଦ ସାହୁ , ଚୌଦ୍ଵାର , କଟକ ! !( ଜଣେ ପାଠକ ଙ୍କର ଜନ୍ମ ଦିବସ ଉପଲକ୍ଷେ ଲେଖିଛି )🌹💐✍💐
