
ଚୈତ୍ର ହୋଇଲା ଶେଷ
ଆସିଲା ବୈଶାଖ ମାସ
ଟାଇଁଟାଇଁ ଖରା. ଝାଞ୍ଜି ମାରିଲାଣୀ
ଗଛ ମୂଳେ ଯାଇ ବସ
ବୈଶାଖରେ ଟାଣ ଖରା
ତାତି ଉଠିଲାଣି ଧରା
ଦେହରୁ ବୋହୁଛି. ଝାଳ ଗମ ଗମ
ପରାଣ ହୁଏ ଘାବରl
ଅଂଶୁ ଘାତ ଭାରି ଡର
ଖରାରେ ନ ଯାଅ ବାହାର
ପଦେ ପିନ୍ଧି ଯୋତା ହାତେ ଧରି ଛତା
ପାଣି ବୋତଲ ଟେ ଧର
ପଖାଳ ଭାତ କୁ ଖାଅ
ଘୋଳ ଦହି ପାଣି ପିଅ
ବାଟୋଇ ଙ୍କ ପାଇଁ. ଗଛ ଛାଇ ଦେଖି
ଜଳ ଛତ୍ର ଖୋଲି ଦିଅ
ଗଛ ଛାଇ ବଡ଼ ହିତ
ଗଛ ଟି ଆମର ମିତ
ଗଛ ଲଗାଇଲେ. ଆମ ପରିବେଶ
ଆପେ ହୋଇଯିବ ସୁସ୍ଥ
ସଭିଏଁ ସପଥ ନେବା
ଗଛ ଟିଏ ଲଗାଇବା
ଖରାର ପ୍ରକୋପ. କମାଇବା ପାଇଁ
ଆଗୁଆ ସତର୍କ ହେବା
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305
