ବିସ୍ମୟ ଦେବତା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ମନ ମନ୍ଦିରେ ତୁମେ ପ୍ରାଣରୂପି ଦେବତା
•           ପବନ ରୁପେ ନିର୍ଲିପ୍ତ ପ୍ରଭୁ ବ୍ରହ୍ମବେତା 
• ମାଟିଘଟ ଶରୀର ଏ ପାଇ ତବ ସତ୍ତା
•           ଚଳ-ଚଞ୍ଚଳ କ୍ଷତି ରେ ବିସ୍ମୟ ବ୍ୟବସ୍ଥା
• ତହୁଁ ବଳି ବିସ୍ମୟ ତ ତୁମେ ବ୍ରହ୍ମାଣ୍ଡ କରତା   ।।
•
• ଅପରୂପ ଚିତ୍ର ଚିତ୍ରେ କରିଛ କରିସ୍ମା
•           ତ୍ରୀଲୋକେ ନାଗ,ଗନ୍ଧର୍ବ,ଅଭିନବ ମାୟା
• ପ୍ରାଣ,ପବନ,ପୃଥିବୀ ଜୀବନ୍ତ ଦେବତା
•           ରୂପେ ବିଚରଣ କରି ହୋଇଯାଅ ସାହା 
• ତୁମେ ବିସ୍ମୟ ର ବିସ୍ମୟ, ହେ ସର୍ବପ୍ରାଣ ଭର୍ତ୍ତା   ।।
•
• ଭୂଧରମାଳା ସୁରମ୍ୟ ରମ୍ୟେ ସୁସଜ୍ଜିତା
•     ବିଚିତ୍ର ଚିତ୍ରେ ଚିତ୍ରିତ ଅଚିନ୍ତ୍ୟ ସେ ଚିନ୍ତା
• ସାଗର,ସରିତ,ଗିରି,ବୃକ୍ଷ,ବନ,ଲତା
•    ସଜେ ସାଇତି ରଖିଛ ହେ ଭାଗ୍ୟ ବିଧାତା
• ଆହା କି ଅଦ୍ଭୁତ ମୟ ତବ ଏ ଅଦ୍ଭୂତ ଚିନ୍ତା   ।।
•
• ହେ ମଙ୍ଗଳମୟ ମମ ଜ୍ଞାନ ଦିବ୍ୟ ଦ୍ରଷ୍ଟା
•       କାଳର କବଳେ କ୍ଷୟ ହୁଅଇ ଅନନ୍ତା
• ସ୍ଵର୍ଥ ଦାନବ ସଂହାର କର ବଳବନ୍ତା
•     ଆକୁଳେ ଡାକେ ବଞ୍ଚାଇ ଦିଅଁ ବସୁମାତା
• ଅକାଳେରେ ପଡିଅଛି ଆଜି ଏ ଧରିତ୍ରୀ ମାତା  ।।
•
• ଶତ୍ରୁ ଗର୍ଜେ ସୀମାନ୍ତ ରେ ମାଓ ରଚେ ହିଂସା
•      ଗୃହଶତୃ ଜାଳେ ବସି ସୁଖ, ଶାନ୍ତି ଚତା
• ଦୁଃଷ୍କର୍ମ,ଦୁଃର୍ନୀତି, ଅହଂକାର,ମାୟା, ମିଥ୍ୟା
•       କଳୁଷିତ ହୁଏ ଉର୍ବୀ କହ କାହିଁ ରକ୍ଷା
• ପାରିକର ଏ ସଂକଟରୁ ହେ ବିସ୍ମୟ କରତା  ।। 

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

Post a Comment

0Comments
Post a Comment (0)