ପେଶାଦାର ବୈଦ୍ୟ - ମନୋଜ ବେହେରା

0
ଦୁଃଖଦ କାହାଣୀ କିଏ ବୁଝୁଛି
ଏଇ ସ୍ୱାର୍ଥ ପର ଦୁନିଆ ରେ
କାମ ଥିଲା ବେଳେ ଦୌଡ଼ି ଆସିକି
ବସିଯାଅ ମୋ ପାଶେ ।ପା

ତୁମରି ସେବା କରୁଛି ମୁଁ ନୀତି
ସବୁ କାମ ଧନ୍ଦା ଛାଡି
କେବେ ତୁମେ ମୋ ପାଖକୁ ଆସିକି
ମୋ ଲୁହ ପୋଛି ଦେଇଛ କି କେହି ।

ମୋ କର୍ମ ମୁଁ କରିଚାଲିଥିବି
ଯାହା ହେବ ଦେଖା ଯିବ
ଖୋଜିବିନି ଆଉ ତୁମଠୁ ପ୍ରଶଂସା
ଛାଡିଦେଲି ସେ ଆଶା ।

ତୁମଠୁ ଟିକେ ପ୍ରଶଂସା ଚାହଁକି
ହେଲି କେତେ ହତାଦର
ଏତିକି ମୁଁ ଯେ ଗର୍ବ ରେ କହିବି
ମୁଁ ଯେ ପେଶାଦାର ବୈଦ୍ୟ ।

Writer's Details: Manoj Behera
Content Category:
Submission Date: Apr 30, 2019

Post a Comment

0Comments
Post a Comment (0)