ନାରୀ - ମନ୍ଦାକିନୀ ଭୋଇ

0
ସମ୍ଭ୍ରାନ୍ତର ଜଉ ଘରେ
ପବିତ୍ରର ମନ୍ତ୍ର ଧ୍ୱନିରେ
ନିଜକୁ ଆଉଟି ଆଉଟି ସାରା ଜୀବନ.....
ତଥାପି..
ସମାଜର କଳୁଷିତ ମାନେ
ମୋର ଚରିତ୍ରକୁ ନେଇ ସଂହାର କରନ୍ତି
ନାରୀ ସଂଶସ୍ତ୍ରୀକରଣ ଦ୍ବାହି ଦେଇ
ସ୍ୱତନ୍ତ୍ରର ଡିଣ୍ଡିମା ପିଟି
ବେଟି ବଚ୍ଚାଓ ଆଖ୍ୟାନେଇ
ଆଜିମୁଁ ଲାଞ୍ଚୀତ ପ୍ରତାରିତ ଅଭିଜାତ୍ୟ ଅଗଣ।ର
ସାଳିତା ପରି ଜଳି ଚାଲେ
କେବେ ଯୌତୁକ ଜୁଇ ରେ ତ କେବେ ମାତୃ ଗର୍ଭରେ
ତ ପୁଣି କେବେ ନାଳ ନର୍ଦମାରେ
ତଥାପି
ବଞ୍ଚିବାର ଆସ୍ପାର୍ଦ୍ଧକୁ ପାଥୟ କରି ଚାଲେ କଣ୍ଟକିତ
ପୁରୁଷ ସମାଜରେ....

Writer's Details: ମନ୍ଦାକିନୀ ଭୋଇ, ଜଗତସିଂହପୁର
Content Category:
Submission Date: Apr 22, 2019

Post a Comment

0Comments
Post a Comment (0)