ଆକାଶ ଓ ତାରା ର ମିଳା ମିଶା ସରିଗଲା ପରେ......
ଚାନ୍ଦ କୁମୁଦ ର ପ୍ରଣୟ ପତ୍ର ଚିରିଗଲା ପରେ.......
ରାତି ଆଉ ସକାଳ ର ବୁଝାମଣା ହୋଇ ଗଲା ପରେ....
ମନେ ପଡ଼ ତମେ l
ତମେ ଯେବେ ମନେ ପଡ଼ କାହିଁକି କେଜାଣି....
ମହକି ଉଠେ ମୋ ସମୟ
ଚହଲି ଯାଏ ମୋ ପ୍ରେମ ନଦିନୀ ର ଜଳରାଶି
କଥା କହି ଉଠେ ମୋ ଶୂନଶାନ ହୃଦୟ
ଫୁଟିଯାନ୍ତି ମନ ଗୋଲାପ ବନ ର ଅଧା ଫୁଟା ଫୁଲ କଢ଼ ମାନେ l
ତମେ ଯେବେ ମନେ ପଡ଼....
ଇନ୍ଦ୍ରଧନୁ ଲାଗେ ଆହୁରି ରଙ୍ଗୀନ
ସୂରୁଜ ର ସୁନେଲି କିରଣ ସ୍ଵର୍ଣ୍ଣମୟ କରେ ମୋ ବାଟ ଘାଟ ଆଉ ଚଲାପଥ
ଦୁଆର ବନ୍ଧ ର ଶୁଭ କଳସ ଟା ଯେମିତି ତମ ଅପେକ୍ଷା ଆଖି ରେ ମଗ୍ନ
ଅଗଣା ର ମଧୁମାଳତୀ ସ୍ଵାଗତିକା ର ପର୍ବ ପାଇଁ ଆକୁଳେ ଆଚ୍ଛନ୍ନ........
ଏଇ କଣ ତମେ ଆସିବାର ସଙ୍କେତ ନା ଦୁଷ୍ଟ ସ୍ପନ୍ଦନ ର ମିଠା ମିଠା ବାହାନା ।
ସୌମ୍ୟ ରଞ୍ଜନ ଦାଶ
ବଲାଙ୍ଗୀର
