
ମୋ ପାଇଁ ମାଗିବି, ତୋସ୍ଵର୍ଗଦ୍ଵାର. (୨ଥର)
ଆସିଛି କାହିଁକି, ଯିବି କେଉଁଠିକି (୨ଥର)
"ସତେ" ଏ ଦେହ ତ, ନୁହେଁ ମୋର... ୦. ପଦ.
ମିଛ, ଦୁନିଆଁରେ, ମାୟା ପୁଟୁଳିକୁ,
ମର'ଦେହ କହେ ମୋର,
ମୁଁ, ମଲା ପରେ, କି'ଅବା ଦେଖିବି
ଯେତେ, ଅର୍ଜିତ ମୋହର,
ମୋତେ, ପୋଡ଼ିବେ କି, ପୋତିବେ ଜାଣିନି,
ମୁଁ'ଯେ, ମରିଗଲେ ହେବି ମଢ଼....
ମୁଁ, କିଏ ଜଗା, ମୁଁ ମଲାପରେ..... ୧.
ମୋ ପୁଅ, ମୋ ପାଖେ, ଥିବ କି ନଥିବ,
ମୁଁ 'କି ମରିବି ମୋ ଘରେ,
ମୋହରି, ବିଚାର, ମୋ ପାଖରେ ଥିବ,
ମୁଁ' ଥିବି କା'ର ଇଶାରେ,
ମୋର, ପରିବାର, ଆସିବେ କି, ସଙ୍ଗେ,
"ମାୟା" ରୋଦନ ଖାଲି ଯା' ସାର...
ମୁଁ, କିଏ ଜଗା, ମୁଁ ମଲାପରେ....... ୨.
ମୋ ପାଇଁ, ଛଖଣ୍ଡ, କାଠ, କି, ମିଳିବ
ଥିବ' କି ଖଇ କଉଡ଼ି,
ଆଣିବ କି, କେହି, ମୋ ପାଇଁ ହାଣ୍ଡିଟେ,
"ମୋ"କୋକେଇ ନେବେ, ଯୋଗାଡ଼ି,
ବନ୍ଧୁ, ପରିଜନ, ନେବେ 'କି' 'ନ' ନେବେ
"କିବା" ଝୁରିବ ଘରଣୀ ମୋର....
ମୁଁ, କିଏ ଜଗା, ମୁଁ ମଲାପରେ...... ୩
ନିରନ୍ତର ଯଦି, ଦେଖଇ ଅନ୍ତରେ,
ଅନ୍ତରର ଅନୁଭୂତି,
ନିଜର ଭିତରେ, ନିଜେ ମୁଁ ନଥାଏ ,
ନିଜର ନୁହେଁ ମୋ ସ୍ଥିତି.
ନିର୍ଦ୍ଦେଶକ ତୁମେ, ନିୟନ୍ତ୍ରଣ ରୁପି,
"ପ୍ରଭୂ" ନିଷ୍ପତ୍ତି, ସବୁ ତୁମର......
ମୁଁ, କିଏ ଜଗା, ମୁଁ ମଲାପରେ.... ୪.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129
