
ଆହେ ନୀଳଗିରି ନୀଳାଦ୍ରି ବିହାରୀ
ନୀଳ କନ୍ଦରରେ ରହି,ଲୀଳା କରୁଅଛ ଆହେ ଲୀଳାମୟ
ଛପନ ପଉଟି ଖାଇ।
ଦୁଖୀରଙ୍କିଙ୍କର ଗଳାର ହାର ହେ
ଅନ୍ଧ ଙ୍କ ଲଉଡି ପରି,
କାହିଁ କେତେ ଦୁରୁ ଭକତ ଡାକଇ
ତୁମରି ନାମ କୁ ଧରି।
କିଏ ଦେଲା ପ୍ରଭୁ ନଡ଼ିଆ ତୁମକୁ
ନେଲ ହେ ହାତ ବଢ଼େଇ,
କିଏ ବସାଇଲା ବାଲିର ରଥରେ
ଭକ୍ତି ଭାବ ମନେ ବହି।
କାହାକୁ ମାରିଲ କାହାକୁ ତାରିଲ
ଲଭିଲା କିଏ ମୁକତି
କ୍ଷ୍ୟୁଦ୍ର ଜୀବ ମୁଁ ଯେ ଏ ଧାରା ଧାମରେ
ନାହିଁ ମୋ ବୁଝିବା ଶକ୍ତି।
ଜୀବ ହତ୍ୟା କରି କୁମ୍ଭୀର ଲଭିଲା
ଯଦି ହେ ବୈକୁଣ୍ଠ ପୁରୀ,
କେଉଁ ପାପ ଦଣ୍ଡ ଦଉଛ ଠାକୁର
ନିଇତି ମୁଁ ଯାଏ ମରି।
ବସ୍ତ୍ର ଦେଇ ତୁମେ ଲଜ୍ଜ୍ୟା ନିବାରିଲ
କୁରୁସଭା ମଧ୍ୟେ ଦିନେ,
ଯମୁନା କୂଳରେ ବସ୍ତ୍ର କୁ ଲୁଚାଇ
ଲୁଚିଲ କଦମ୍ବ ବନେ।
କୁରୁକ୍ଷେତ୍ର ଯୁଦ୍ଧେ କହିଲ ଠାକୁରେ
ଅଶ୍ୱସ୍ଥମା ହତ ହେଲା,
ନର ବା ଗୁଞ୍ଜର ନ ବୁଝି ବିଚରା
ଦ୍ରୋଣ ଅସ୍ତ୍ର ଛାଡିଦେଲା।
କେତେ ବଖାଣିବି ତୁମରି ମହିମା
ଅଜ୍ଞାନ ଛାର ମଣିଷ,
ଦାସନୁ ଦାସ ମୁଁ ମିଶ୍ର ହୃଷିକେଶ
ଲୋଡ଼େ ମୁଁ ତୁମ ଆଶିଷ।
Writer's Details: ମିଶ୍ର ହୃଷିକେଶ, ଖଲ୍ଲିକୋଟ, ଗଞ୍ଜାମ
Content Category:
Submission Date: Apr 19, 2019
