ସେଇ ଝିଅ ଟି - ରୀତା ଅପରାଜିତl ମହାନ୍ତି

0
କେବେ କେମିତି ଫିକା ଗୋଲାପୀ ରଙ୍ଗର
ଶାଢ଼ୀ ପିନ୍ଧୁ ଥିବା ଝିଅ ଟି ନିରବ ନୀରବରେ 
ଚlଲୁଥାଏ
ସବୁ ତ ସାଧସିଧା ତଥାପି କାହିଁକି ମନ ଟାଣି ହେଇଯାଏ
ତାକୁ ଦେଖି ଲେଖିବାକୁ ଇଛl ହୁଏ କବିତା ଟିଏ
ଡ଼ର ଲାଗେ ତାକୁ ଦେଖି କହିଦେବାକୁ ମନ କଥା
କାଳେ କରିଦେବ ନାଁ
ଭାଙ୍ଗିଯିବ ମୋର ଛୋଟ ମନ
ଏବେ ବି ବେଣୀ ହଲାଇ
ଅଣ୍ଟା ଭାଙ୍ଗି ଚାଲିଗଲେ 
ମୋ ମନରେ ଗୋଟିଏ ଶିହରଣ ଖେଳିଗଲା ପରି ଲାଗେ
ଛାତି ରେ ଗୋଟିଏ କମ୍ପନ ଖେଳେ
ଗୁଣୁଗୁଣୁ ଗୀତ ଟିଏ
ବାହାରିଯାଏ ମୋ ପାଟିରୁ
କେଜାଣି ମୋ ପ୍ରେମ କବିତା 
ଏମିତି ଅଧl ରହିଯିବ
ନା ସେ ଆସି ତାକୁ ପୂରଣ କରିବ କିଛି ନୂଆ ଶବ୍ଦ ଦେଇ
କିଛି ନୂଆ ଭାବ ଦେଇ......।

ପ୍ଲଟ ନ ୮୩୩(ସି) ଆମ୍ର ପଲ୍ଲୀ ଭୁବନେଶ୍ୱର -୨୧
ମୋ -୯୩୩୮୫୮୪୮୫୭

Post a Comment

0Comments
Post a Comment (0)