
ଅଜଣା ରାସ୍ତାରେ ଦିନେ ତୁମ ସହ
ହୋଇଥିଲା ମୋର ଦେଖା ବନ୍ଧୁତା ଆମର ପୂର୍ବ ନିର୍ଦ୍ଧାରିତ
ଭାଗ୍ୟରେ କି ଥିଲା ଲେଖା ୲୲
ବେଳ ଅବେଳର ମଧୁର ଆଳାପ
ଧିରେ ଧିରେ ଗଲା ବଢ଼ି
ମନର ଆବେଗ ସାଥେ ହୃଦ ସ୍ପନ୍ଦନ
ଆଗକୁ ଚାଲିଲା ମାଡ଼ି ୲୲
ସଂପର୍କର ଡ଼ୋର ଏତେ ଦୃଢ଼ ହେଲା
ଲାଗିଲା ତ ଦିନେ କାବା
ନିବିଡ଼ ବନ୍ଧୁତା ପ୍ରେମ ରୂପ ଧରି
ମୋ' ଆଗେ ହୋଇଛି ଉଭା ୲୲
ଦିନେ ଅଚାନକ୍ କହିଦେଲ ଖୋଲି
ଭଲପାଅ ବୋଲି ମୋତେ
ଏତିକି ଶୁଣିବ ବୋଲି ମୋ ମନଟା
ଚାହିଁ ବସିଥିଲା ସତେ ୲୲
Writer's Details: ସଂଯୁକ୍ତା ରାଉତ , ଜୟପୁର , କୋରାପୁଟ
Content Category:
Submission Date: Apr 27, 2019
