
ନୁହେଁ ମୁଁ ସୁବାଷ ନୁହେଁ ଗୋପବନ୍ଧୁ
ନୁହେଁ ଗାନ୍ଧୀ ଜବାହର, ବାଳୁତ ପିଲା ମୁଁ ଦେଶ ସେବା ପାଇଁ
ବଳାଇଛି ମନ ମୋର ll
ପାରିବିନି ଢାଳି ତାଙ୍କ ଭଳି ସିନା
ଲହୁ,ଲୁହ ଦେଶ ପାଇଁ,
ଗୁଣ୍ଡୁଚି ସାଜି ମୁଁ ଦେଶ ହିତ ଲାଗି
କବିଟିଏ ଯିବି ହୋଇ ll
ପାରିବିନି ସିନା ମାଆ ଟେରେସାଙ୍କ
ସେବା,ଶାନ୍ତି,ପ୍ରେମ ଦେଇ,
ଲେଖନୀ ମୁନରେ ପାରିବିତ ଲେଖି
ମୋ ମାଆ ଭାରତ ଭୂଇଁ ll
କୈଳାସ ସତ୍ୟାର୍ଥୀ, ବାଳିକା ମଲାଲା
ହୋଇ ପାରିବିନି ସିନା,
ତାଙ୍କରି ପଥକୁ ବରିତ ପାରିବି
ଉଡାଇବି ଯଶ ବାନା ll
ଛୋଟ ହେଲେବି ମୁଁ ପ୍ରତିଜ୍ଞା କରୁଛି
ହେବି ମୁଁ ଦେଶ ସେବକ,
ବାଳୁତ ବାଜିଆ, ଭଗତ ହୋଇ ମୁଁ
ରଖିବି ଦେଶର ଟେକ ll
Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: Apr 27, 2019
