
• ଜଳ,ସ୍ଥଳ,ବାୟୁ,ମେଘ ପାତାଳ,ଗ୍ରୀବାଣ
• ସବୁରେ ତୁମରି ହାତ
• ଅନାଦି କାରଣ , ଧନ୍ୟ ଧନ୍ୟ…।।
•
• ସୂରୁଜ, ଚନ୍ଦ୍ରମା ନଭେ କୋଟି କୋଟି ତାରା
• ଖଞ୍ଜିଦେଲ କି ରୁଚିରେ ବରଷାର ଧାରା
• ତୁମ ଅମୀୟ ରଚନା
• ଅଟେ ଅବର୍ଣ୍ଣନ , ଧନ୍ୟ ଧନ୍ୟ…।।
•
• ପତଙ୍ଗେ ଦେଇଛ ମଧୂ ସଞ୍ଚିବାର ମନ୍ତ୍ର
• ଫଳ,ଫୁଲ,ତରୁ,ଲତା ବନ,ଗିରି ସ୍ଥିତ
• କଲ, ଅଦ୍ଭୁତ ରଚନା
• ମଣିଷ ଜୀବନ , ଧନ୍ୟ ଧନ୍ୟ…।।
•
• ଟିକି ପ୍ରଜାପତି ଦେହେ ଟୋପି ଟୋପି ଚିତା
• ବୁଢିଆଣୀ ପେଟତଳେ ଦେଲ ସରୁସୁତା
• ନୁହେଁ କି ଅଚିନ୍ତ୍ୟ ପ୍ରଭୁ
• ତୁମରି ଚିନ୍ତନ , ଧନ୍ୟ ଧନ୍ୟ…।।
•
• ମୃଣାଳ ରଙ୍ଗ ଗଉର ରଙ୍ଗ ଦାମୋଦର
• ଅନନ୍ୟ ଏ ସରଜନା ଦେବେ ଅଗୋଚର
• ହେ ପ୍ରଫୁଲ୍ଲ ପ୍ରାଣ ପ୍ରୀୟ (ଘେନ)
• ନିସ୍ଵ ନିବେଦନ , ଧନ୍ୟ ଧନ୍ୟ…।।
