ଡାକରା ମା'ର - ସୁଧାକର ସେଠୀ

0
ମହାନଦୀ ଯିବ ହଜି
ଓଡିଶା ମାନଚିତ୍ରେ
ନରହିବ ଦିନେ ତା ଛବି।
ମହାନଦୀ ଯିବ ହଜି

ଛତିଶଗଡର ଦାଦାଗିରି
ଉତ୍କଳର ବନି ସେ ଭଗାରି
ପାଣିକୁ ନେଇ ସେ
ଏମିତି ଖେଳୁଛି
ହୃଦକୁ ଦେଉଛି ବିଦାରି

ବନ୍ଧ ବାଡ କେତେ କରିଛି
କାରଖାନାକୁ ବିକି
ମହାନଦୀ ପାଣି
ସ୍ବାର୍ଥର ଖେଳ ସେ ଖେଳୁଛି

ଉତ୍କଳର ଘୋର ବିପତ୍ତି
ଚାଷିକୁଳର ଦୁର୍ଗତି
ମିଳିବନି ତା ଖେତକୁ ପାଣି
ପେଟେ ତା ନାତ ପଡିଛି।

ମୁଖ୍ୟ ପେଷା ଆମ କୃଷି
ଆର୍ଥିକ ଅଙ୍କୁଶ ଲଗାଇବାକୁ
ଷଡଯନ୍ତ୍ର ସେ ଭିଇଛି

ଉତ୍କଳର ଅଟେ ଗଙ୍ଗା
ପୁଜନ୍ତି ସକଳେ
ହରସିତ ବଦନେ
ଓଡିଆଙ୍କ ସେ ମା।

ଇତିହାସ ମୂକ ସାଖି
ମହାନଦୀ କୂଳେ
କେ କେତେ ଘଟଣା
ଯାଇଛି ସବୁ ଘଟି

ଏକଜୁଟ ବେଳ ଆସିଛି
ସ୍ବାଭିମାନ କଥା ଉଠିଛି
ଷଡଯନ୍ତ୍ରର ମୁକାବିଲା ପାଇଁ
ସଂଗ୍ରାମକୁ ଝାସ ଦେବାକୁ
ଡାକରା ମାର ଆସିଛି ।

ସୁଧାକର ସେଠୀ
ବାଲେଶ୍ବର

Sent from my Samsung Galaxy smartphone.

Post a Comment

0Comments
Post a Comment (0)